ଓଡ଼ିଶାଲାଇଭ୍ ବ୍ୟୁରୋ

ଆକାଶ ପାଠକଙ୍କ ପାଇଁ ଅଡୁଆ ଧୀରେ ଧୀରେ ବଢ଼ିବାକୁ ଲାଗିଛି। ପ୍ରଥମେ କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ ପରେ ଏବେ ପୋଲିସ ବି ଆକାଶଙ୍କୁ ଜେରା କରିବ। ଚାର୍ଟର ପ୍ଲେନରେ ଉଡ଼ି ଟ୍ରାଭେଲ୍ସ କମ୍ପାନିକୁ ଲକ୍ଷାଧିକ ଟଙ୍କାର ଚୂନ ଲଗାଇଥିବା ଆକାଶଙ୍କୁ ରିମାଣ୍ଡରେ ନେବ କମିସନରେଟ ପୋଲିସ।

ଏବାବଦରେ ମଙ୍ଗଳବାର କମିସନରେଟ ପୋଲିସ ପକ୍ଷରୁ କୁହାଯାଇଥିଲା। ଦିନେ କି ଦୁଇ ଦିନ ମଧ୍ୟରେ ଆକାଶଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ। ଏହି ପ୍ରସଙ୍ଗରେ ବୁଧବାର ଖାରବେଳନଗର ପୋଲିସ ଖୋର୍ଦ୍ଧା ଏସ୍‌ଡିଜିଏମ୍‌ କୋର୍ଟଙ୍କୁ ଆକାଶଙ୍କ କେସ୍ ଡାଏରୀ ବିଷୟରେ ଅବଗତ କରାଇଛନ୍ତି।ଅନ୍ୟପଟେ ପାଠକ ବାପ ପୁଅ ଠକେଇ ପ୍ରସଙ୍ଗରେ ୩ଟି ମାମଲା ରୁଜୁ ହୋଇଛି। ଏନେଇ ବ୍ୟାଙ୍କରୁ ଅଧିକ ତଥ୍ୟ ମଗାଯାଇଛି। ତେଣୁ ସେମାନଙ୍କୁ ନେଇ ଜେରା କରିବାକୁ ଇଡି ଯୋଜନା କରିଛି। କୋର୍ଟରୁ ଅନୁମତି ମିଳିବା ପରେ ଇଡି ପାଠକ ବାପ ପୁଅକୁ ଜେଲରେ କିମ୍ଵା ଇଡି ଅଫିସକୁ ଆଣି ଜେରା କରିବ। ପାଠକ ବାପ ପୁଅଙ୍କ ସହିତ ଯାହାଙ୍କର ଲିଙ୍କ୍ ରହିଛି ସେମାନଙ୍କୁ ମଧ୍ୟ ଜେରା କରାଯିବ ବୋଲି ଇଡି କହିଛି। ବେଆଇନ୍ ଆର୍ଥିକ କାରବାରର ପ୍ରମାଣ ମିଳିଲେ ସେମାନଙ୍କ ସମ୍ପତି ବାଜ୍ୟାପ୍ତି କରିବାକୁ କୋର୍ଟଙ୍କୁ ଲେଖାଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି।ଟାଟା ମୋଟର୍ସର ପରିଚାଳନା ନିର୍ଦ୍ଦେଶକ କହି ଲୋକଙ୍କୁ ଠକୁଥିଲେ ଆକାଶ ପାଠକ। ଏହି ଠକାମିରୁ ବାଦ୍‌ ପଡ଼ିନଥିଲା ଟ୍ରାଭେଲ୍ସ କମ୍ପାନି ସ୍କାଏ କିଙ୍ଗ। ଚାର୍ଟାର ପ୍ଲେନରେ ବୁଲିବା ବାବଦକୁ କମ୍ପାନିର ୬୫ ଲକ୍ଷ ଟଙ୍କା ବେକି ରଖିଛନ୍ତି ଆକାଶ। କମ୍ପାନି ଟଙ୍କା ମାଗିବାରୁ ନାନା ଧମକ ଦେଇ ଡରାଇ ଥିବା ସ୍କାଏ କିଙ୍ଗର ଜଣେ କର୍ମଚାରୀ ଆଗରୁ ବୟାନରେ କହିଥଲେ। ଏବାବଦରେ ପୋଲିସ ପାଖରେ କମ୍ପାନି ପକ୍ଷରୁ ଏତଲା ବି ଦିଆଯାଇଥିଲା।

Comment