ଓଡ଼ିଶାଲାଇଭ୍ ବ୍ୟୁରୋ
ବାଘୁଣୀ ସୁନ୍ଦରୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ। ମଧ୍ୟପ୍ରଦେଶ ନଫେରିବା ଯାଏଁ ସୁନ୍ଦରୀର ଯତ୍ନ ନେବାକୁ ଚିଠିରେ ଅନୁରୋଧ କରିଛନ୍ତି ଶିବରାଜ। ଏନେଇ ଟୁଇଟ ଜରିଆରେ ସେ ସୂଚନା ଦେଇଛନ୍ତି।
ଓଡ଼ିଶାରେ ବାଘ ବଂଶ ବୃଦ୍ଧି ଲାଗି ମଧ୍ୟପ୍ରଦେଶ ସରକାରଙ୍କଠାରୁ ୨୦୧୮ରେ ବାଘୁଣୀ ସୁନ୍ଦରୀ ସହିତ ଆଉ ଏକ ବାଘକୁ ରାଜ୍ୟକୁ ଅଣାଯାଇଥିଲା। ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ କିଛି ଦିନ ରହିବା ପରେ ବାଘର ମୃତ୍ୟୁ ହୋଇଯାଇଥିଲା। ଏହା ପରେ ବାଘୁଣୀ ହିଂସ୍ର ଆଚରଣ କରିଥିଲା।
ଏହାପରେ ଓଡ଼ିଶା ସରକାର ଏବଂ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣଙ୍କ ଅନୁରୋଧ କ୍ରମେ ମଧ୍ୟପ୍ରଦେଶ ସରକାର ସୁନ୍ଦରୀକୁ ନିଜ ରାଜ୍ୟକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଥିଲେ। ଏବେ ସୁନ୍ଦରୀ ରହିବା ପାଇଁ ମଧ୍ୟପ୍ରଦେଶର କାହ୍ନା ଟାଇଭର ରିଜର୍ଭରେ ସମସ୍ତ ବ୍ୟବସ୍ଥା କରାଯାଉଛି। ସୁନ୍ଦରୀକୁ ନେବା ପର୍ଯ୍ୟନ୍ତ ଓଡ଼ିଶା ସରକାର ତା’ର ଉପଯୁକ୍ତ ଯତ୍ନ ନେବା ଲାଗି ଶିବରାଜ ଅନୁରୋଧ କରିଛନ୍ତି।
आज मैंने ओडिशा के मुख्यमंत्री श्री @Naveen_Odisha जी को पत्र लिखकर मध्यप्रदेश की बाघिन सुंदरी का ध्यान रखने का अनुरोध किया है।
सुंदरी और उसके नर साथी को प्रदेश सरकार ने 2018 में राष्ट्रीय बाघ संरक्षण प्राधिकरण एवं ओडिशा सरकार के अनुरोध पर प्रदान किया था। pic.twitter.com/qPPM4VHkwP
— Shivraj Singh Chouhan (@ChouhanShivraj) December 9, 2020
















