ଓଡ଼ିଶାଲାଇଭ୍ ବ୍ୟୁରୋ

ନିଲମ୍ବିତ ହେଲେ ନୟାଗଡ଼ ସଦର ଥାନା ଆଇଆଇସି ରୀନାରାଣୀ ସାହୁ। ତାଙ୍କ ସହ ନୟାଗଡ଼ ଏସଡିପିଓ ନିରଞ୍ଜନ ପାଢ଼ିଙ୍କୁ ମଧ୍ୟ କନ୍ଧମାଳ ଡିଏସପି ଭାବେ ବଦଳି କରାଯାଇଛି। ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ଏହି ଦୁଇ ଅଧିକାରୀ ପରୀ ମୃତ୍ୟୁ ମାମଲାକୁ ନେଇ ନଜରରେ ରହିଥିଲେ। ବୁଧବାର ପରୀର ମା’ ସୌଦାମିନୀ ସାହୁ ସଦର ଥାନା ଆଇଆଇସି ରୀନାରାଣୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଅଭିଯୋଗ ଆସିବାର ଦିନକ ଭିତରେ ତାଙ୍କୁ ତାଙ୍କ ପଦରୁ ନିଲମ୍ବିତ କରାଯାଇଛି।

ବୁଧବାର ମୃତ ପରୀର ମା’ ସୌଦାମିନୀ ଅଭିଯୋଗ କରିଥିଲେ ଯେ, ସଦର ଥାନା ଆଇଆଇସି ରୀନାରାଣୀ ସାହୁ ତାଙ୍କୁ ଅସଦାଚାରଣ କରିଛନ୍ତି। ଏଥିସହ ମାମଲାକୁ ଚପାଇ ଦେବାକୁ ସେ ତାଙ୍କୁ କହିଥିବା ସୌଦାମିନୀ ଅଭିଯୋଗ କରିଥିଲେ। ଏଥିସହ ଦୀର୍ଘଦିନ ଧରି ସେ ଥାନା ଆଇଆଇସିଙ୍କ ବିରୋଧରେ ଅଭିଯୋଗ କରିଆସୁଛନ୍ତି। ଏହାସତ୍ତ୍ୱେ କାହିଁକି ପୋଲିସ ଆଇଆଇସିଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି ବୋଲି ସୌଦାମିନୀ ଅଭିଯୋଗ କରିଥିଲେ।

ଏହାପରେ ଗୁରୁବାର ନୟାଗଡ଼ ସଦର ଥାନା ଆଇଆଇସି ରୀନାରାଣୀ ସାହୁଙ୍କୁ ତାଙ୍କ ପଦରୁ ନିଲମ୍ବିତ କରିଦିଆଯାଇଛି।

LEAVE A REPLY

Please enter your comment!
Please enter your name here