ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲାରେ କିଛି ବର୍ଷ ଧରି ବନ୍ୟପ୍ରାଣୀ ଛାଲ ଚାଲାଣ କରୁଥିବା ରାକେଟ ସକ୍ରିୟ ରହିଛନ୍ତି। ଏକ କଲାରାପତରିଆ ବାଘ ଛାଲ ଚାଲାଣ କରାଯାଉଥିବାବେଳେ ଶନିବାର ଦିନ ନୟାଗଡ଼ ବନ ବିଭାଗ ଏହାକୁ ଜବତ କରିଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ଚଣ୍ଡିବସ୍ତ ଗାଁର କୃପାସିନ୍ଧୁ ବିଶ୍ୱାଳ।

ଅଭିଯୁକ୍ତ କୃପାସିନ୍ଧୁ ବିଶ୍ୱାଳ ୫ ବର୍ଷ ପୂର୍ବେ ଗଞ୍ଜାମ ଫରେଷ୍ଟ ଡିଭିଜନ କଦଳୀଗଡ଼ ଜଙ୍ଗଲରୁ କଲରାପତରିଆ ବାଘ ଶିକାର କରି ତା’ ଛାଲ ଘରେ ରଖିଥିଲେ। ଏହାକୁ ଶନିବାର ଦିନ ବିକ୍ରିୟ କରିବା ନେଉଥିବାବେଳେ ସେ ବନ ବିଭାଗ ହାତରେ ଧରାପଡ଼ିଥିଲେ। କଲରାପତରିଆ ବାଘର ବୟସ ପ୍ରାୟ ୧୦ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବାକୁ ବନ ବିଭାଗର ଉଦ୍ୟମ ଜାରି ରହିଛି।

ଜିଲ୍ଲାରେ ବିଭିନ୍ନ ସମୟରେ ବନ୍ୟଜନ୍ତୁଙ୍କ ଶିକାର ଓ ଛାଲ ବିକ୍ରି ଘଟଣା ସାମ୍ନାକୁ ଆସୁଛି। ଏହା ପୂର୍ବରୁ ଦଶପଲ୍ଲା ଏବଂ ରଣପୁରରେ କଲରାପତରିଆ ବାଘ ଛାଲ ବଜତ କରାଯିବା ସହ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

Tags: #Leopard #LeopardSkin #ForestDpt #Nayagarh

Comment