ଓଡ଼ିଶାଲାଇଭ୍‌ ବ୍ୟୁରୋ

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ। ଗୁରୁବାର ତାଙ୍କର ନୟାଗଡ଼ ଗସ୍ତ କାର୍ଯ୍ୟକ୍ରମ ରହିଛି। ସେଠାକୁ ଯାଇ ପୁରନ୍ଦେଶ୍ୱରୀ ପରୀ ପରିବାରକୁ ଭେଟିବେ ବୋଲି ଜଣାପଡ଼ିଛି।

ପରୀର ପରିବାରକୁ ଭେଟି ମାମଲାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ବଢାଇବାକୁ ଦଳୀୟ ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇବେ ବୋଲି କୁହାଯାଉଛି।

ଓଡ଼ିଶା ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଏହି ଗସ୍ତରେ ସେ ରାଜ୍ୟ ବିଜେପିର ସାଙ୍ଗଠନିକ ସ୍ଥିତି ଅନୁଧ୍ୟାନ ସହ ଦଳକୁ ତୃଣମୂଳ ସ୍ଥଳରୁ ଆହୁରି ମଜଭୁତ କରିବାକୁ ଦଳୀୟ ନେତୃବୁନ୍ଦଙ୍କ ସହ ସେ ଆଲୋଚନା କରିବେ।

ଆଗାମୀ ୧୨ ତାରିଖ ଯାଏଁ ଓଡିଶାରେ ରହିବେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ। ଏହି ସମୟ ମଧ୍ୟରେ ସେ  ୨୦୨୨ ପୌର ନିର୍ବାଚନ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳର ଭବିଷ୍ୟତ ରଣନୀତି କିଭଳି ପ୍ରସ୍ତୁତ ହେବ ସେ ସମ୍ପର୍କରେ ଆଲୋଚନା କରିବେ।

Comment