ଓଡ଼ିଶାଲାଇଭ୍‌ ବ୍ୟୁରୋPfizer

ଟିକାକରଣ ଦିଗରେ ଆଉ ପାଦେ ଆଗେଇଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା। କରୋନା ଟିକା ଫାଇଜରର ବ୍ୟବହାର ପାଇଁ ଆମେରିକା ପକ୍ଷରୁ ଜରୁରୀକାଳୀନ ଅନୁମୋଦନ ଦିଆଯାଇଛି।

ବୈଜ୍ଞାନିକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଆମେରିକାର ଫୁଡ ଆଣ୍ଡ ଡ୍ରଗ୍‌ ଆଡମିନଷ୍ଟ୍ରେସନ (ଏଫ୍‌ଡିଏ)ର ୧୭ ଜଣ ବିଶେଷଜ୍ଞ ଏହାକୁ ଅନୁମତି ଦେଇଛନ୍ତି।

ଆମେରିକା ପୂର୍ବରୁ ବ୍ରିଟେନ, କାନାଡା, ବାହାରିନ, ସାଉଦିଆରବ ପକ୍ଷରୁ ଫାଇଜର ଟିକାର ଜରୁରୀକାଳୀନ ଅନୁମୋଦନ ଦିଆଯାଇଛି। ବିଶ୍ୱର ପ୍ରଥମ ଟିକା ଭାବେ ଫାଇଜରର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ କରାଯାଇଛି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଆମେରିକାରେ ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି କରୋନା। ଏ ପରିସ୍ଥିତିକୁ ଦୃଷ୍ଟିରେ ରଖି ଫାଇଜର ଟିକାକୁ ଅନୁମତି ଦେଇ କରୋନାରେ ବ୍ରେକ ଲଗାଇବାକୁ ଚେଷ୍ଟା କରିଛି।

Comment