ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତ୍ର। ଏକ ଜୀବନ୍ତ ଗଛରେ ଖୋଦେଇ କରି ଏଭଳି ଆକର୍ଷଣିୟ କଳାକୃତି ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି ମୟୂରଭଞ୍ଜ ଜିଲ୍ଲାର ସମରେନ୍ଦ୍ର ବେହେରା। କେବଳ ରାଜ୍ୟରେ ନୁହେଁ, ଜାତୀୟ ସ୍ତରରେ ମଧ୍ୟ ତାଙ୍କର ଏହି କଳାକୃତିକୁ ନେଇ ଚର୍ଚ୍ଚା ଚାଲିଛି।

ଗଛରେ ମୋଦୀଙ୍କର ଏହି ଚିତ୍ରଟିକୁ ମୋବାଇଲରୁ ଦେଖି ଖୁବ କମ ସମୟରେ ଆଙ୍କିଛନ୍ତି ସମରେନ୍ଦ୍ର। ମୋଦୀଙ୍କର ଏହି ସୁନ୍ଦର ଚିତ୍ର ପାଇଁ ତାଙ୍କୁ ବିଭିନ୍ନ ଆଡ଼ୁ ପ୍ରଶଂସା ମିଳୁଛି।

‘‘ମୟୂରଭଞ୍ଜ ଏକ ହରାଭରା ଜଙ୍ଗଲି ଜାଗା। ଏଠାରେ ଶିମିଳିପାଳ ଜାତୀୟ ଉଦ୍ୟାନ ରହିଛି। କିନ୍ତୁ ପ୍ରତିଦିନ ଗଛ କଟା ହେବା ଯୋଗୁଁ ଜଙ୍ଗଲ ଏବେ ଫାଙ୍କା ହେବାକୁ ଲାଗିଲାଣି। ସେଥିପାଇଁ ଗଛରେ ମୋଦୀଙ୍କ ଚିତ୍ର ଆଙ୍କି ମୁଁ ଲୋକଙ୍କୁ ଅନୁରୋଧ କରିବାକୁ ଚାହୁଁଛିଲୋକେ ଗଛ ନକାଟନ୍ତୁ। ଗଛ ନକାଟିଲେ ପରିବେଶ ଠିକ ରହିବ। ପ୍ରାକୃତିକ ବାତାବରଣ ବି ଠିକ ରହିବ’’, କହିଛନ୍ତି ସମରେନ୍ଦ୍ର।

ସମରେନ୍ଦ୍ରଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ଆଗଡା ଗ୍ରାମରେ। ବୃତ୍ତିରେ ସମରେନ୍ଦ୍ର ଜଣେ ଅଧ୍ୟାପକ। କିନ୍ତୁ ନିଶା ତାଙ୍କର ହେଉଛି ଚିତ୍ର ଆଙ୍କିବା। ସେଥିପାଇଁ ଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ଚିତ୍ର ଗଛରେ ଆଙ୍କି ସେ ଅନେକ ସମୟରେ ଚର୍ଚ୍ଚାକୁ ଆସିଛନ୍ତି। ମିସାଇଲ ମ୍ୟାନ ଏପିଜେ ଅବଦୁଲ କାଲାମଙ୍କଠାରୁ ଆରମ୍ଭ କରି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପର୍ଯ୍ୟନ୍ତ ସେ ପୂର୍ବରୁ ଅନେକ ବ୍ୟକ୍ତଙ୍କ ଚିତ୍ର ଆଙ୍କିଛନ୍ତି।

Comment