ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନୂଆ କୃଷି ଆଇନକୁ ବିରୋଧ
  • ୧୮ ଦିନରେ ପହଞ୍ଚିଲା ଚାଷୀ ଆନ୍ଦୋଳନ
  • ଅନଶନରେ ଚାଷୀ

ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନ ୧୯ ଦିନରେ ପହଞ୍ଚିଛି। ସରକାର ଚାଷୀଙ୍କ ଦାବି ପୂରଣ କରିନଥିବାରୁ ଆଜି ଦେଶର ବିଭିନ୍ନ ସ୍ଥାନରେ ଚାଷୀ ଉପବାସରେ ବସିଛନ୍ତି। ରାଜସ୍ଥାନର ଶାହଜାହାଁପୁର, ଦିଲ୍ଲୀର ସିଂଘୁସୀମା, ଟିକରୀ, ଗାଜିପୁର ଆଦି ସ୍ଥାନରେ ବହୁ ସଂଖ୍ୟାରେ ଚାଷୀ ଏକାଠି ହୋଇ ଅନଶନରେ ବସିଛନ୍ତି।

ସୋମବାର ସକାଳ ୮ଟାରୁ, ଅପରାହ୍‌ଣ ୫ଟା ଟାଏ ଚାଷୀ ଉପବାସ ଜାରି ରଖିବେ। ଅନ୍ୟପଟେ ସରକାର କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନକରିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କୃଷକ ସଙ୍ଗଠନ ଘୋଷଣା କରିଛିନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ମଧ୍ୟ କୃଷକଙ୍କ ଏହି ଅନଶନକୁ ସମର୍ଥନ କରିଛନ୍ତି। ଏହସହିତ ଆପ୍‌ କର୍ମୀ ମଧ୍ୟ ଚାଷୀଙ୍କ ପାଇଁ ଉପବାସ କରିଥିବା ଜଣାପଡ଼ିଛି।

ଆନ୍ଦୋଳନ ପାଇଁ ହଜାର ହଜାର ଚାଷୀ ଦିଲ୍ଲୀକୁ ପ୍ରବେଶ କରୁଥିବାରୁ ରାଜସ୍ଥାସ ଓ ହରିୟାଣା ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ପୋଲିସ ନଜର ରଖିଛି। ଅନ୍ୟପଟେ ଚାଷୀଙ୍କୁ ମନେଇବା ପାଇଁ ସରକାର ଏବେ ଚେଷ୍ଟା ଚଳାଇଛନ୍ତି। ପଞ୍ଜାବର ବିଭିନ୍ନ ନେତାଙ୍କଠାରୁ ସରକାର ପରାମର୍ଶ ନିଆଯାଉଛି।

Comment