ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ୍ ଏସଆଇଟି ଦୁଇ ଦିନିଆ ରିମାଣ୍ଡରେ ନେବ। ଏଥିପାଇଁ ମଙ୍ଗଳବାର ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି। ଗତକାଲି କ୍ରାଇମବ୍ରାଞ୍ଚ୍ ପକ୍ଷରୁ ରିମାଣ୍ଡ ଆବେଦନ କରାଯାଇଥିଲା। ରିମାଣ୍ଡ ସମୟରେ ଟଙ୍କା ଠକେଇ ନେଇ ଏସଆଇଟି ଅଧିକ ପଚରାଉଚରା କରିବ।

ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସହ ମିଶି ପ୍ରଦୀପ ପାଣିଗ୍ରାହୀ ଅନେକ ଟଙ୍କା ଜାଲିଆତି କରିଥିବା ଖବର ମିଳିଥିଲା। ଏହାପରେ ତାଙ୍କୁ ଗତ ୨୯ ତାରିଖରେ ଜନବିରୋଧୀ କାମ ପାଇଁ ଦଳରୁ ବହିଷ୍କାର କରାଯାଇଥିଲା।ଏହାପରେ ଆକାଶ ପାଠକଙ୍କ ସହ ସେ ଲକ୍ଷାଧିକ ଟଙ୍କା କାରବାର କରିଥିବା ନେଇ କ୍ରାଇମବ୍ରାଞ୍ଚକୁ ଖବର ମିଳିଥିଲା। ତେଣୁ ଡିସେମ୍ବର ୩ ତାରିଖରେ ରାତିରେ କ୍ରାଇମବ୍ରାଞ୍ଚ୍ ତାଙ୍କୁ ତାଙ୍କ ବାସଭବନରୁ ଉଠାଇନେଇ ପଚରାଉଚରା କରିବା ସହ ଏହାର କିଛି ଘଣ୍ଟା ପରେ ଗିରଫ କରିଥିଲା। ଏବେ ପ୍ରଦୀପ ଝାରପଡ଼ା ଜେଲରେ ଅଛନ୍ତି।

ଅନ୍ୟପଟେ ଗତ ଡିସେମ୍ବର ୭ ତାରିଖରେ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାର ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିସ୍ କରିଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ତରଫରୁ ଲୋକାୟୁକ୍ତଙ୍କ ପାଇଁ ଏହା ପ୍ରଥମ ମାମଲା ହୋଇଥିଲା। ତା’ସହିତ ଏହାର ସ୍ୱଚ୍ଛ ତଦନ୍ତ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଶୁକ୍ରବାର ଲୋକାୟୁକ୍ତ ଏହି ମାମଲାର ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୨ ତାରିଖରେ ହେବ।

LEAVE A REPLY

Please enter your comment!
Please enter your name here