ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପିରେ ସାମିଲ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବୁଧବାର ଦିନ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଅନ୍ୟ ବରିଷ୍ଠ ନେତୃତ୍ଵଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି। ଦୀର୍ଘ ଦିନ ହେବ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା।

ବିଜେପିରେ ଯୋଗ ଦେବା ପରେ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, “ବର୍ତ୍ତମାନ ଓଡ଼ିଶାରେ ପରିବର୍ତ୍ତନର ସମୟ ଆସିଛି। ସୁଦୃଢ଼ ଓଡ଼ିଶା ଓ ସୁଦୃଢ଼ ଭାରତ ଗଠନର ସମୟ ଆସିଛି। ସରକାର ବଦଳାଇବାର ସମୟ ଆସିଛି।”

୨୦୨୦ ମସିହା ନଭେମ୍ବର ୨୦ ତାରିଖରେ ଜନ ବିରୋଧୀ କାର୍ଯ୍ୟ ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିଲା। ଆଜି ବିଜେପିରେ ଯୋଗ ଦେବା ପରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପ୍ରଦୀପ ପାଣିଗ୍ରାହୀ।

Tags: #Politics #OdishaPolitics #PradeepPanigrahi #BJP #BJD #Odisha

LEAVE A REPLY

Please enter your comment!
Please enter your name here