ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଜ୍ୟରେ ଖୁବଶୀଘ୍ର ହେବ ଟିକାକରଣ
  • ପ୍ରସ୍ତୁତି ଆରମ୍ଭ କଲେଣି ସରକାର
  • ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ମିଳିବ ଟିକା

ଓଡ଼ିଶାରେ କରୋନା ଟିକାରକଣ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ପ୍ରସ୍ତୁତି ନେଇ ରାଜ୍ୟ ମେଡିକାଲ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ(ଡିଏମ୍‌ଇଟି)ର ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି।

ଟିକାକରଣର ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯିବ। ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀଙ୍କୁ ଅଗ୍ରାଧିକାର ଦିଆଯିବ। ଟିକାକରଣ ପାଇଁ ୨୯, ୨୭୬ ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି। ଏହାସହିତ ୮୨୭୬ ଟିକାକର୍ମୀ ଏଥିପାଇଁ ନିୟୋଜିତ ହେବେ ବୋଲି ସେ କହିଛନ୍ତି।

ସିବିକେ ମହାନ୍ତିଙ୍କ ସୂଚନା ମୁତାବକ, ଟିକାକରଣ ପାଇଁ ୧୨୨୨ କୋଲ୍ଡ ଚେନ୍‌,ଟିକା ନେବା ଆଣିବା ପାଇଁ ୧୭୯୬ ଆଇସି ଲାଇନ୍ଡ ରେଫ୍ରିଜେଟର (ଆଇଏଲଆର) ଓ ୧୭୭୧ ଫ୍ରିଜର ରହିଛି।

ସେହିପରି ଗୋଟିଏ ରାଜ୍ୟସ୍ତରୀୟ, ୯ଟି ଆଞ୍ଚଳିକ, ୩୨ଟି ଜିଲ୍ଲାସ୍ତରୀୟ ଟିକା ଷ୍ଟୋର ରହିବ। ପ୍ରତି ଟିକାକରଣ କେନ୍ଦ୍ରରେ ୫ ଜଣ କର୍ମଚାରୀ ନିୟୋଜିତ ହେବେ। ଟିକା ନେବା ପରେ ଲୋକଙ୍କୁ ୩୦ ମିନିଟ ନିରକ୍ଷଣ କରାଯିବ। ଏହାପରେ ସାର୍ଟିଫିକେଟ ଦିଆଯିବ।

ପ୍ରତି ଟିକାକରଣ କେନ୍ଦ୍ରରେ ୫ ଜଣଙ୍କୁ ନିୟୋଜିତ କରାଯିବ। ଜଣେ ଭ୍ୟାକ୍ସିନେଟର ଓ ଜଣେ ଭ୍ୟାକ୍ସିନେସନ ଅଧିକାରୀ ରହିବେ। ଜଣେ ଭେରିଫାୟର ଓ ୨ ଜଣ ସୁପରଭାଇଜର ରହିବେ ବୋଲି ଜଣାପଡ଼ିଛି।

ଯକୌଣସି ଔଷଧ ବା ଟିକା ପାଇଁ ସରକାରୀ ଅନୁମୋଦନ ଦରକାର। ଭାରତରେ କେତକ କମ୍ପାନି ସରକାରୀ ଅନୁମୋଦନ ପାଇଁ ଦରଖାସ୍ତ କରିଛନ୍ତି। ସରକାର ଏହି ଅନୁମୋଦନ ପ୍ରଦାନ କଲେ ଟିକାକରଣ ହେବ ବୋଲି କହିଛନ୍ତି ସିବିକେ ମହାନ୍ତି।

Comment