ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ୨୩୩ ରନ୍ କରିବାକୁ ସକ୍ଷମ ହୋଇଛି ଟିମ୍ ଇଣ୍ଡିଆ। ପ୍ରଥମ ଦିନ ଷ୍ଟମ୍ପ୍ ଅପସାରଣ ବେଳକୁ ଭାରତୀୟ କ୍ରିକେଟ୍ ଟିମ୍ ନିଜର ୬ ୱିକେଟ୍ ହରାଇ ୨୩୩ ରନ୍ କରିଛି। ଏଥିସହ ଅଧିନାୟକ କୋହଲି ଦମଦାର ୭୪ ରନର ଇଂନିସ ଖେଳି ଆଉଟ୍ ହୋଇଯାଇଛନ୍ତି।

ଗୁରୁବାର ଅଷ୍ଟ୍ରେଲିଆର ଆଡିଲେଡରେ ଏହି ଡେ-ନାଇଟ୍ ମ୍ୟାଚ୍ ଆରମ୍ଭ ହୋଇଛି। ପ୍ରଥମ ଦିନ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଅଷ୍ଟ୍ରେଲୀୟ ବୋଲର ଷ୍ଟାର୍କ ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଦେଇଥିଲେ। ଓପନର ପୃଥ୍ୱୀ ସ’ ବିନା କୌଣସି ରନ୍ କରି ଆଉଟ୍ ହୋଇଯାଇଥିଲେ।ଏହାପରେ ଓପନର ମୟଙ୍କ ଅଗ୍ରୱାଲଙ୍କ ସହ ପଡ଼ିଆକୁ ଓହ୍ଲାଇଥିଲେ ଟିମ୍ ଇଣ୍ଡିଆର ଟେଷ୍ଟ ସ୍ପେସିଆଲିଷ୍ଟ ଚିତେଶ୍ୱର ପୂଜାରା। ଦୁହେଁ ମନ୍ଥର ଗତିରେ ବ୍ୟାଟିଂ କରିବା ସହ ପ୍ରଥମ ସେସନରେ ଆଉ କୌଣସି ୱିକେଟ୍ ଦେଇନଥିଲେ। ଏହାପରେ କିନ୍ତୁ ମୟଙ୍କ ଅଗ୍ରୱାଲ ପ୍ୟାଟ୍ କମିନ୍ସଙ୍କ ପ୍ରଥମ ଶିକାର ହୋଇଥିଲେ।ବିରାଟ କୋହଲି ଏହାପରେ ୭୪ ରନର ମାରାଥନ୍ ଇଂନିସ ଖେଳିଥିଲେ ମଧ୍ୟ ଶତକ ମାରିବାରୁ ବଞ୍ଚିତ ହୋଇଥିଲେ। ଦୁର୍ଭାଗ୍ୟବଶତଃ ସେ ରନ୍ ଆଉଟ୍ ହୋଇଯାଇଥିଲେ। ଏହାପରେ ରାହାଣେ ମଧଅୟ ୯୨ ବଲରୁ ୪୨ ରନ୍ କରି ଆଉଟ୍ ହୋଇଥିଲେ। ୱିକେଟ୍ କିପର ରିଦ୍ଧିମାନ ସାହ ଓ ଆର. ଅଶ୍ୱିନୀ ବ୍ୟାଟିଂ ଜାରି ରଖିଛନ୍ତି।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ସଫଳ ବୋଲିଂ କରିବା ସହ ୨ଟି ୱିକେଟ୍ ନେଇଥିଲେ। ତାଙ୍କ ସହ ହେଜେଲଉଡ୍, ପ୍ୟାଟ୍ କମିନ୍ସ ଓ ନାଥନ ଲିୟନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Comment