ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ସହର ଉପକଣ୍ଠ ମୁଖ୍ୟ ରାସ୍ତାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଓଢ଼ଣୀ ଷଷ୍ଠୀ ନୀତି ପାଳିତ ହୋଇଛି। ମାର୍ଗଶିର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ମହାପ୍ରଭୁଙ୍କର ଏହି ନୀତି ଅନୁଷ୍ଠିତ ହେବା ସହିତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶୀତବସ୍ତ୍ରରେ ଘୋଡ଼ାଯାଇଥାଏ।

ଶାସ୍ତ୍ର ଅନୁସାରେ ଆଜିଠୁ ଶୀତର ପ୍ରକୋପ ବୃଦ୍ଧି ଘଟିଥାଏ। ଆଜିଠୁ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର , ମାଁ ସୁଭଦ୍ରା , ଶ୍ରୀଜଗନ୍ନାଥ ଏବଂ ମାଁ ଲକ୍ଷ୍ମୀଙ୍କୁ ଶୀତବସ୍ତ୍ର ସହ ବିଭିନ୍ନ ପ୍ରକାର ଫୁଲ ଓ ତୁଳସୀର ବେଶ କରାଯାଇଥାଏ। କରୋନା ମହାମାରୀ ହେତୁ ଚଳିତବର୍ଷ ଏହା କୋଭିଡ ୧୯ ନିୟମ ଅନୁସାରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି।ଶ୍ରୀଜିଉଙ୍କ ଏହି ନୀତି ସମୟରେ ନବରଙ୍ଗପୁର ରାଜପୁରୋହିତ ନରସିଂହ ତ୍ରିପାଠୀ, ମନ୍ଦିର ପୂଜକ ଦେବୀ ନାୟକ, ପୂଜକ ରବୀନ୍ଦ୍ର ଶତପଥୀ, ନରସିଂହ ତ୍ରିପାଠୀ , ନରେଶ ତ୍ରିପାଠୀ, ଭବାନୀ ଶତପଥୀ, ଦୁର୍ଗା ତ୍ରିପାଠୀ, ବାବୁଲା ଦଳେଇ, ଉପେନ୍ଦ୍ର ପାଢ଼ୀ, କୁନା ପାତ୍ରଙ୍କ ସମେତ ଶ୍ରୀଜଗନ୍ନାଥ ନୀତି ପରିଚାଳନା ନିଯୋଗର ସମସ୍ତ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ରହି ଶ୍ରୀଜୀଉଙ୍କ ନୀତି ପରିଚାଳନା କରିଥିଲେ।

Comment