ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ସରକାରୀ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀଙ୍କ ଲାଗି ଇଞ୍ଜିନିୟରିଂ ଓ ମେଡିକାଲ ପ୍ରବେଶିକା ପରୀକ୍ଷାରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ। ସୋମବାର ରାଜ୍ୟ କ୍ୟାବିନେଟ୍ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଏହାକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଗତକାଲି ରାୟଗଡ଼ାର ଜିସିଡି ଉଚ୍ଚ ବିଦ୍ୟାଳୟରେ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଛି।

ରାୟଗଡ଼ା ସହର ସ୍ଥିତ ସରକାରୀ ବାଳିକା ବିଦ୍ୟାଳୟ, ମୁନିସିପାଲ ଉଚ୍ଚ ବିଦ୍ୟାଳୟ ଓ ଜିସିଡି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ବିଦ୍ୟାର୍ଥୀମାନେ ଅଧିକ ଉପକୃତ ହୋଇପାରିବେ। ଆର୍ଥିକ ଅନଗ୍ରସର ଅଞ୍ଚଳର ମେଧାବୀ ବିଦ୍ୟାର୍ଥୀମାନେ ଭବିଷ୍ୟତରେ ଡାକ୍ତର ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସୁବିଧାରେ ନାମ ଲେଖାଇପାରିବ। ଏଥିସହ ନିଜର ଓ ଅଭିଭାବଙ୍କ ସ୍ୱପ୍ନ ପୂରଣ କରିବେ ବୋଲି ସଭାରେ ଆଲୋଚନା ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଜିସିଡି ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶୀ ଭୂଷଣ ପଟ୍ଟନାୟକ, ଶିକ୍ଷକ କାଞ୍ଚନ ସାହୁ ଓ ଅନ୍ୟ ସହକାରୀ ଶିକ୍ଷକଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here