ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରିଟେନରେ ଆତଙ୍କ ଖେଳାଇଥିବା ନୂଆ ପ୍ରଜାତିର କରୋନା ଏବେ ଭାରତରେ ବି ବ୍ୟାପିବା ଆରମ୍ଭ କଲାଣି। ତାଜା ତଥ୍ୟ ଅନୁସାରେ ବ୍ରିଟେନରୁ ଫେରିଥିବା ଆଉ ୫ ଜଣ ଭାରତୀୟଙ୍କଠାରେ ନୂଆ କରୋନା ଭାଇରସ ଚିହ୍ନଟ ହୋଇଛି। ଏନଆଇଭି ପୁଣେରୁ ୪ ଓ ଆଇଜିଆଇବି ଦିଲ୍ଲୀରେ ଗୋଟିଏ ନମୁନା ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଏହି ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ବ୍ରିଟେନ ଭାଇରସ ଚିହ୍ନଟଙ୍କ ସଂଖ୍ୟା ୨୫କୁ ବୃଦ୍ଧି ଘଟିଛି।

ନଭେମ୍ବର ୨୫ରୁ ଡ଼ିସେମ୍ବର ୨୩ ତାରିଖ ସୁଦ୍ଧା ବ୍ରିଟେନରୁ ପାଖାପାଖି ୩୩ ହଜାର ଲୋକ ଫେରିଛନ୍ତି। ସମସ୍ତଙ୍କୁ ଟ୍ରାକ୍ କରାଯାଇ ସେମାନଙ୍କ ସାମ୍ପୁଲ ଟେଷ୍ଟ କରାଯାଉଛି।

ଆକ୍ରାନ୍ତଙ୍କ ବ୍ୟକ୍ତିମାନେ ନିଜ ନିଜ ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଅନ୍ୟପଟେ ସେମାନଙ୍କ ସରକାରଙ୍କ ପକ୍ଷରୁ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ କରାଯାଉଛି। ଏହି ଭାଇରସ ଏବେ ଡେନମାର୍କ, ନେଦରଲାଣ୍ଡ, ଅଷ୍ଟ୍ରେଲିଆ, ଇଟାଲି, ସ୍ୱିଡେନ, ଫ୍ରାନ୍ସ, ସ୍ପେନ, ସ୍ୱିଜରଲାଣ୍ଡ, ଜର୍ମାନୀ, କାନାଡା, ଜାପାନ, ଲେବାନନ, ସିଙ୍ଗାପୁରରେ ପହଞ୍ଚିଛି।

Comment