ଓଡ଼ିଶାଲାଇଭ୍‌ ବ୍ୟୁରୋ

odishalive

ଦେଶର ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଓଡ଼ିଶାରେ ଏନେଇ ଆଶଙ୍କା ଦେଖାଯାଇଛି। ବାର୍ଡ ଫ୍ଲୁ ଭୟରେ ପ୍ରଥମେ ଚିଲିକାରୁ ପକ୍ଷୀମାନଙ୍କ ନମୁନା ସଂଗ୍ରହ କରାଯାଇ ଫୁଲନଖରା ପଶୁରୋଗ ଗବେଷଣା ପ୍ରତିଷ୍ଠାନକୁ ପରୀକ୍ଷା ପାଇଁ ପଠାଇଛି ଖୋର୍ଦ୍ଧା ଜିଲ୍ଲା ପ୍ରାଣୀଧନ ବିଭାଗ।

ଖୁବଶୀଘ୍ର ଚିଲିକା ନଳବଣରୁ ମଧ୍ୟ ପକ୍ଷୀଙ୍କ ନମୁନା ପଠାଯିବ ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି। ଚିଲିକାରେ ଲକ୍ଷାଧିକ ବିଦେଶାଗତ ପକ୍ଷୀଙ୍କ ସମାଗମ ରହୁଛି। ସେହି ଦୃଷ୍ଟିରୁ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ବୋଲି ସେ କହିଛନ୍ତି।

ଏହାସହିତ ଯେଉଁମାନେ କୁକୁଡ଼ା ଚାଷ କରୁଛନ୍ତି ସେମାନଙ୍କୁ ଡକାଯାଇ ସଚେତନ କରାଯାଇଛି। କୁକୁଡ଼ାଙ୍କଠାରେ କିଛି ବି ଲକ୍ଷଣ ଦେଖାଗଲେ ତୁରନ୍ତ ଜଣାଇବା ପାଇଁ ଚାଷୀଙ୍କୁ କୁହାଯାଉଛି। ଏହାସହିତ ଚାଷୀମାନେ କେଉଁ ପଦକ୍ଷେପ ନେବେ ସେଥିପାଇଁ ତାଲିମ ଦିଆଯାଇଛି।

ଗତ କିଛି ଦିନ ଭିତରେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶ, କେରଳର କିଛି ଅଞ୍ଚଳରେ ଏହି ପ୍ଲୁ ଯୋଗୁଁ ବହୁ ସଂଖ୍ୟାରେ କାଉଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି, ଯାହାପରେ ବାର୍ଡ ଫ୍ଲୁକୁ ନେଇ ଲୋକଙ୍କ ଭିତରେ ଭୟ ଦେଖାଯାଇଛି। ବାର୍ଡ ଫ୍ଲୁକୁ ରୋକିବା ପାଇଁ ଅନ୍ୟ ରାଜ୍ୟମାନେ ବି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଲେଣି।

Comment