ଓଡ଼ିଶାଲାଇଭ୍ ବ୍ୟୁରୋ

ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ଖେଳୁଥିବା ଟିମ୍ ଇଣ୍ଡିଆକୁ ଶନିବାର ବଡ଼ ଝଟକା ଲାଗିଛି। ଆହତ ଜନିତ କାରଣ ହେତୁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ପଡ଼ିଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ତାଙ୍କ ସହିତ ତୃତୀୟ ଟେଷ୍ଟରେ ଆହତ ହୋଇଥିବା ରିଷଭ ପନ୍ଥ ମଧ୍ୟ ଦ୍ୱିତୀୟ ଇଂନିସରେ ବ୍ୟାଟିଂ କରିପାରିବେ ବୋଲି ସୂଚନା ମିଳିଛି।

ସିଡନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ରବୀନ୍ଦ୍ର ଜାଡେଜା ଆହତ ହୋଇଥିଲେ। ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କର ଏକ ବଲ୍ ଜାଡେଜାଙ୍କ ଆଙ୍ଗୁଠିରେ ବାଜିଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଆଙ୍ଗୁଛି ଭାଙ୍ଗିଥିବା ଜଣାପଡ଼ିବା ସହ ତାଙ୍କୁ ମ୍ୟାଚରୁ ବାଦ୍ ଦିଆଯାଇଥିଲା।

ସେହିପରି ୱିକେଟ୍ କିପରି ରିଷଭ ପନ୍ଥ ମଧ୍ୟ ତୃତୀୟ ଟେଷ୍ଟରେ ଆହତ ହୋଇଥିଲେ ବି ସେ ଦ୍ୱିତୀୟ ଇଂନିସରେ ବ୍ୟାଟିଂ କରିପାରିବେ ବୋଲି ଜଣାପଡ଼ିଛି। ତାଙ୍କର ଆହତ ସମସ୍ୟା ସେତେଟା ଗୁରୁତର ନଥିବାରୁ ସେ ପୂର୍ବଭଳି ଖେଳିପାରିବେ ବୋଲି କୁହାଯାଇଛି।

Comment