ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ବାୟୁସେନା ଅଧୀନରେ ଏୟାରମେନ୍ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ଜରିଆରେ ଆବେଦନ କରିପାରିବେ।
- ଆବେଦନ ଆରମ୍ଭ – ୨୨.୦୧.୨୦୨୧
- ଆବେଦନ ଶେଷ – ୦୭.୦୨.୨୦୨୧
ଖାଲିଥିବା ପଦବୀ ନାମ ଏବଂ ଯୋଗ୍ୟତା
- ଗ୍ରୁପ ‘X’
ଗଣିତ, ପଦାର୍ଥ ବିଜ୍ଞାନ ଏବଂ ଇଂରାଜୀ ବିଷୟ ସହିତ ଦଶମ ଏବଂ ଯୁକ୍ତଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।
କିମ୍ଵା
ଇଞ୍ଜିନିୟରିଂର ଯେକୌଣସି ଷ୍ଟ୍ରିମ୍ରେ ୩ ବର୍ଷର ଡିପ୍ଲୋମା କୋର୍ସ କରିଥିବା ଆବଶ୍ୟକ।
- ଗ୍ରୁପ ‘Y’
ଯୁକ୍ତଦୁଇ ପରୀକ୍ଷାରେ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।
- ଗ୍ରୁପ ‘Y’ ମେଡିକାଲ ଆସିଷ୍ଟାଣ୍ଟ ଟ୍ରେଡ୍
ଉଭୟ ଦଶମ ଏବଂ ଯୁକ୍ତଦୁଇରେ ଫିଜିକ୍ସ, କେମେଷ୍ଟ୍ରି, ବାୟୋଲୋଜି ଏବଂ ଇଂରାଜୀ ବିଷୟରେ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।
ଆବେଦନ ନିମନ୍ତେ ବୟସ ସୀମା – ସର୍ବାଧିକ ୨୧ ବର୍ଷ
ଆବେଦନ ଫି – ୨୫୦ ଟଙ୍କା