ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରିଟେନ ଇତିହାସରେ ନିଜର ନାମକୁ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ବ୍ରିଟେନର ପ୍ରଧାନମନ୍ତ୍ରୀ ଗାଦିରେ ବସିଛନ୍ତି ଋଷି। ପ୍ରଧାନମନ୍ତ୍ରୀ ହେବା ପରେ ନିଜର ପ୍ରତିକ୍ରିୟାରେ ଋଷି ସୁନକ କହିଛନ୍ତି, ପୂର୍ବରୁ ଯେଉଁ ସବୁ ଭୁଲ ହୋଇଛି, ସେଗୁଡ଼ିକୁ ସେ ପ୍ରଥମେ ସୁଧାରିବେ। ଆସୁଥିବା ଚ୍ୟାଲେଞ୍ଜକୁ ସେ ସାହସର ସହ ସାମ୍ନା କରିବେ ଏବଂ ଦେଶକୁ ନୂତନ ଶୀର୍ଷରେ ପହଞ୍ଚାଇବେ।

ଉଭୟ ଆର୍ଥିକ ଏବଂ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ ଦାୟିତ୍ଵ ନେଇଛନ୍ତି ଋଷି ସୁନକ। ଏବେ ତାଙ୍କର ଏହି ଯାତ୍ରା ଏତେ ସହଜ ହେବ ନାହିଁ। ପ୍ରତିଟି ପାଦରେ ତାଙ୍କୁ ବଡ଼ ବଡ଼ ଚ୍ୟାଲେଞ୍ଜର ସାମ୍ନା କରିବା ହେବ। କିନ୍ତୁ ସବୁ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିଥିବା କହିଛନ୍ତି ଋଷି।

ଗତ ସେପ୍ଟେମ୍ବର ୫ ତାରିଖରେ ଋଷିଙ୍କୁ ପରାସ୍ତ କରି ବିଟ୍ରେନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିବା ଲିଜ ଟ୍ରସ ଅକ୍ଟୋବର ୨୦ ତାରିଖରେ ଇସ୍ତଫା ଦେଇଥିଲେ। ଖାଲିପଡ଼ି ଥିବା ଏହି ପଦବୀ ଲାଗି କିଙ୍ଗ ଚାର୍ଲ୍ସ ଋଷି ସୁନଙ୍କ ନାଁ ସୋମବାର ଦିନ ଘୋଷଣା କରିଥିଲେ। ଆଜି ଋଷି ସୁନକ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି।

Tags: #RishiSunak #Indian #BritishPM

Comment