ଓଡ଼ିଶାଲାଇଭ ବ୍ୟୁରୋ

ବଜେଟ ପରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ବେଶ ବଢିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅର୍ଥନୀତିର ପୁନଃନିର୍ମାଣ ପାଇଁ ସରକାର ବଦ୍ଧପରିକର ବୋଲି ସେ କହିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ସୋମବାର ଦିନ ଯେଉଁ ବଜେଟ ଉପା ସ୍ଥାପନ କରିଛନ୍ତି ସେଥିରେ  ନିର୍ବାଚନ ଅଭିମୁଖୀ ରାଜ୍ୟ ଗୁଡିକ ଉପରେ ଫୋକସ କରାଯାଇଛି।

ଅର୍ଥମନ୍ତ୍ରୀ ତାମିଲନାଡୁ ପାଇଁ ୩୫୦୦ କିମିର କରିଡର ଓ କେରଳ ପାଇଁ ୧୧୦୦ କିମି କରିଡର ଘୋଷଣା କରିଛନ୍ତି। ଏଥିପାଇଁ ୬୫୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିଭଳି, ପଶ୍ଚିମବଙ୍ଗ ପାଇଁ ୬୭୫ କିମି କରିଡର ଘୋଷଣା କରାଯାଇଛି। ଏଥିପାଇଁ କେନ୍ଦ୍ର ପକ୍ଷରୁ  ୯୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଆସନ୍ତା ୩ ବର୍ଷ ମଧ୍ୟରେ ଆସାମ ପାଇଁ ମଧ୍ୟ ୧୮୦୦ କିମି କରିଡର ଘୋଷଣା କରାଯାଇଛି।

ଏହା ବ୍ୟତୀତ ୨୦୨୧-୨୨ ବର୍ଷ ମଧ୍ୟରେ କରୋନା ଟୀକା ବାବଦକୁ କେନ୍ଦ୍ର ବଜେଟରେ ୩୫୦୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ହେଲେ ଏହି ପରିମାଣ ବୃଦ୍ଧି ପାଇବ ବୋଲି ଅର୍ଥମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଅର୍ଥମନ୍ତ୍ରୀଙ୍କ ଦ୍ଵାରା  ଆତ୍ମନିର୍ଭର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପାଇଁ ମଧ୍ୟ ୬୪୧୮୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ଅଲଗା ଅର୍ଥ ଖର୍ଚ୍ଚ କରାଯିବ।

Comment