ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ବିଶ୍ୱରେ କରୋନା ମହାମାରୀ ସ୍ଥିତି ଲାଗି ରହିଥିବା ବେଳେ ଏହା ବିରୋଧରେ ଲଢ଼େଇ କ୍ଷେତ୍ରରେ ଭାରତ ଗୋଟିଏ ପରେ ଗୋଟିଏ ମାଇଲ ଖୁଣ୍ଟ ଅତିକ୍ରମ କରିବାରେ ଲାଗିଛି। ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ କୋଭିଡ ଟିକାକରଣକୁ ୪ ନିୟୁତରେ ପହଞ୍ଚାଇବାରେ ଭାରତ ଦ୍ରୁତତମ ଦେଶ ହୋଇଛି। ମାତ୍ର ୧୮ ଦିନ ମଧ୍ୟରେ ଏହି ସଫଳତା ହାସଲ କରିପାରିଛି ଭାରତ।ଫେବ୍ରୁଆରି ୧ ତାରିଖ ସୁଦ୍ଧା କୋଭିଡ-୧୯ ଟିକାକରଣ କ୍ଷେତ୍ରରେ ଭାରତ ବିଶ୍ୱରେ ସର୍ବାଗ୍ରେ ଥିବା ପାଞ୍ଚ ଦେଶ ମଧ୍ୟରେ ଅନ୍ୟତମ ଥିଲା। ଏଥିସହ କୋଭିଡ ମୁକାବିଲାର ବିଭିନ୍ନ କ୍ଷେତ୍ରରେ ମଧ୍ୟ ଭାରତ ସଫଳତା ପାଇଚାଲିଛି।ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନାଜନିତ ମୃତ୍ୟୁ ହୋଇ ନଥିବା ତଥ୍ୟ ରହିଛି। ଏହି ରାଜ୍ୟ ଗୁଡ଼ିକ ହେଲା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଦାଦ୍ରା ଓ ନଗର ହାବେଳି ଏବଂ ଦାମନ ଓ ଡିଉ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ, ଲାକ୍ଷାଦ୍ୱୀପ, ଲାଦାଖ, ସିକିମ, ମଣିପୁର, ପୁଡୁଚେରୀ, ଗୋଆ, ଓଡ଼ିଶା ଏବଂ ଆସାମ।

ଦୈନିକ ଅଧିକରୁ ଅଧିକ ଲୋକ କରୋନାରୁ ସୁସ୍ଥ ହେଉଥିବାରୁ ଏବଂ ମୃତ୍ୟୁ ହାର ହ୍ରାସ ପାଉଥିବାରୁ ଭାରତରେ କରୋନା ସକ୍ରିୟ ମାମଲା ଦ୍ରୁତ ଗତିରେ ହ୍ରାସ ପାଇ ଚାଲିଛି।

Comment