ଓଡ଼ିଶାଲାଇଭ୍‌ ବ୍ୟୁରୋ

୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୨୦-୨୧ ବର୍ଷ ପାଇଁ କାଳିଆ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଚାଷୀଙ୍କ ଆକାଉଣ୍ଟକୁ ସିଧା ସଳଖ ଏହି ଟଙ୍କା ପଠାଇବେ।

ଅନ୍ୟପଟେ ଆଜି ପ୍ରଥମ ଥର ପାଇଁ ପିଏମ୍‌ କିଷାନ ସହାୟତା ଅର୍ଥ ସହିତ ରାଜ୍ୟ ସରକାର କାଳିଆ ସହାୟତା ପ୍ରଦାନ କରିବେ। ସୂଚନା ଅନୁଯାୟୀ, ପିଏମ୍‌ କିଷାନ ସହାୟତା ବାବଦରେ ୨ ହଜାର ଟଙ୍କା ଓ କାଳିଆ ସହାୟତା ବାବଦରେ ହିତାଧିକାରୀମାନଙ୍କୁ ୨ ହଜାର ଟଙ୍କା ମିଳିବ।

କାଳିଆ ହେଉଛି ଦେଶର ସର୍ବପ୍ରଥମ ଚାଷୀ କଲ୍ୟାଣକାରୀ ଯୋଜନା।  କୃଷି ଓ କୃଷକଙ୍କ ସାମୂହିକ ବିକାଶକୁ ଦୃଷ୍ଟିରେ ରଖି ୨୦୧୮ରେ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ଏଥିରେ ଚାଷ ପାଇଁ ପ୍ରାଥମିକ ସହାୟତା ଯୋଗାଇ ଦିଆଯାଉଛି। ଫଳରେ ଜାଷୀ ଜମି ପ୍ରସ୍ତୁତି, ବିହନ, ସାର ଓ କୀଟନାଶକ ଭଳି ସାମଗ୍ରୀର ପ୍ରାରମ୍ଭିକ ଖର୍ଚ୍ଚ ଉଠାଇପାରୁଛନ୍ତି। ଏହି ଯୋଜନା ଏବେ ଜାତୀୟସ୍ତରରେ ରୋଲ୍‌ ମଡେଲ ପାଲଟିଛି।

ବିଶ୍ୱବ୍ୟାଙ୍କ ନିଜ ପ୍ରାଥମିକ ଅନୁଧ୍ୟାନରୁ ଦେଇଥିବା ତଥ୍ୟ ଅନୁଯାୟୀ କାଳିଆ ଯୋଜନା ଆସିବା ପରେ ଓଡ଼ିଶାର ଚାଷୀମାନଙ୍କର ୠଣଭାର ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା କମିବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here