ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ହେଉଛି ଭାଲେଣ୍ଟାଇନ୍‌ ୱିକ୍‌ ବା ପ୍ରେମ ସପ୍ତାହର ସପ୍ତମ ଦିନ ଅର୍ଥାତ କିସ୍‌ ଡେ’। ପ୍ରେମୀଯୁଗଳଙ୍କ ପାଇଁ ଏହି ଦିନ ବେଶ୍‌ ଖାସ। ନିଜ ପ୍ରେମକୁ ପରିପ୍ରକାଶ କରିବା ପାଇଁ ଏହି ଦିନ ପ୍ରେମଯୁଗଳ ପରସ୍ପରକୁ କିସ୍‌ କରିଥାନ୍ତି। ଆପଣ ଜାଣନ୍ତି କାହିଁକି ଏହି ଡେ’ ପାଳନ ହେଉଛି?

କୁହାଯାଏ କିସ୍‌ ବା ଚୁମ୍ବନ ଦୁଇଟି ମଣିଷଙ୍କ ସଂପର୍କରେ ଥିବା ଦୂରତାକୁ ଦୂର କରିଦିଏ। ପ୍ରେମୀଯୁଗଳ ପରସ୍ପର ସହ ଅଧିକ ଘନିଷ୍ଠ ହୋଇଥାନ୍ତି। ଏହା ସଂପର୍କକୁ ଆହୁରି ମଜବୁତ କରିଥାଏ। ସେଥିପାଇଁ କିସ୍‌ ଡେରେ ପରସ୍ପରକୁ ଚୁମ୍ବନ ଦେଇ ନିଜ ପ୍ରେମକୁ ଜାହିର କରିଥାନ୍ତି ପ୍ରେମୀଯୁଗଳ।

ମଥାରେ କିସ୍‌

ଯଦି ଆପଣଙ୍କ ସାଥି ଆପଣଙ୍କ ମଥାରେ କିସ୍‌ ଦିଏ, ତେବେ ତାହା ହେଉଛି ବିଶ୍ୱାସର ପ୍ରତୀକ। ନିଜ ସାଥି ପ୍ରତି ନଜ ଭଲପାଇବାକୁ ଜଣାଇବା ପାଇଁ ମଥାରେ କିସ୍‌ କରିଥାନ୍ତି। ପ୍ରେମର ସମ୍ପର୍କର ଆରମ୍ଭରେ ସାଥି ମଥାରେ କିସ୍‌ କରିଥାନ୍ତି।

ହାତରେ କିସ୍‌

ଯଦି ଆପଣଙ୍କ ସାଥି ଆପଣଙ୍କ ହାତରେ କିସ୍‌ କରୁଛି, ତେବେ ସେ ଆପଣଙ୍କୁ ବହୁତ ସମ୍ମାନ କରୁଛନ୍ତି। ତେବେ ନିଜ ସାଥିଙ୍କୁ ପ୍ରଥମେ ହାତରେ କିସ୍‌ କରନ୍ତୁ। ଏହା ତାଙ୍କ ପ୍ରତି ଏକ  ସ୍ନେହର ପ୍ରତୀକ ହୋଇଥାଏ।

ଗାଲରେ କିସ୍‌

ସାଥିଙ୍କୁ ଗାଲରେ କିସ୍‌ କରିବା ଅର୍ଥ ହେଉଛି ବନ୍ଧୁତ୍ୱର ପ୍ରତୀକ। ଅଭିନନ୍ଦନର ଜଣାଇବା ତଥା ନିଜ ସାଥି ଅନୁରାଗରେ ଗାଲ କିସ୍‌ କରିଥାନ୍ତି।

ଲିପ୍‌ କିସ୍‌

ଲିପ୍‌ କିସ୍‌ ହେଉଛି ସବୁଠୁ ରୋମାଣ୍ଟିକ୍‌ କିସ୍‌। ସାଥିର ଓଠରେ କିସ୍‌ କରିବାକୁ ଲିପ୍‌ କିସ୍‌ ବା ଫ୍ରେଞ୍ଚ କିସ୍‌ କୁହାଯାଏ। ତେବେ ଲିପ୍‌ କିସ୍‌ ସାଥି ପ୍ରତି ଥିବା ଆବେଗକୁ ଦର୍ଶାଇଥାଏ। ଏହା ପ୍ରେମ ସମ୍ପର୍କକୁ ସୁଦୃଢ଼ କରିଥାଏ।

LEAVE A REPLY

Please enter your comment!
Please enter your name here