ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର ଚନ୍ଦ୍ର ପରଜା ହତ୍ୟାକାଣ୍ଡ ମାମଲାର ପର୍ଦ୍ଦାଫାସ କରିଛି ଟାଉନ ପୋଲିସ। ଏନେଇ ମଙ୍ଗଳବାର ଜୟପୁର ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏସଡିପିଓ ହରେ କୃଷ୍ଣ ମାଝୀ। ଏହି ହତ୍ୟା ମାମଲାରେ ଜୟପୁର କୁମ୍ଭାର ସାହିର ଜଗନ୍ନାଥ ଗାଧବା(୨୫)କୁ ଗିରଫ କରିଛି ପୋଲିସ।

ସାମାନ୍ୟ ବଚସାରୁ ଏପରି ହତ୍ୟା କାଣ୍ଡ ଘଟାଇଥିବା ପୋଲିସ ଆଗରେ ଦୋଷ ସ୍ୱିକାର କରିଛି ଅଭିଯୁକ୍ତ। ଏବେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ତରଫରୁ ସୂଚନା ମିଳିଛି।

ଜୟପୁର ସହର କୁମ୍ଭାରସାହି ଗାଇ ଫାର୍ମ ସମ୍ମୁଖରେ ଫେବ୍ରୁଆରି ୨୦ତାରିଖ ବିଳମ୍ବିତ ରାତିରେ ଜୟପୁର ଗୌଡ ସାହି ନିକଟସ୍ଥ ମାଳା ସାହିର ଚନ୍ଦ୍ର ପରଜାରର ମୁଣ୍ଡକୁ ପଥରେ ଛେଚି ହତ୍ୟା କରାଯାଇଥିଲା। ଚନ୍ଦ୍ରଙ୍କ ବାପା ଭଗବାନ ପରଜା ଏନେଇ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପରେ ଟାଉନ ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଟାଉନ ଥାନା ଅଧିକାରି ବାଲେଶ୍ୱର ଗିଧି ଏହି ମାମଲାର ତଦନ୍ତ କରୁଥିଲେ। ଏହି ଘଟଣାରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ଜଗନ୍ନାଥକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Comment