ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏ ବର୍ଷ ହେବନି ଯାଜପୁରର ପ୍ରସିଦ୍ଧ ବ୍ୟାସ ସରୋବର ମେଳା। କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୌର ପରିଷଦ ପକ୍ଷରୁ ମେଳା ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ମେଳାରେ ଏବର୍ଷ ଦୋକାନ ବଜାର ପଡ଼ିବ ନାହିଁ କି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହେବ ନାହିଁ।

ତେବେ କେବଳ ସୀମିତ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ନେଇ ପୀଠରେ ରୀତିନୀତି ଅନୁସାରେ କେବଳ ପୂଜାର୍ଚ୍ଚନା କରାଯିବ ବୋଲି କୁହାଯାଇଛି।

ପ୍ରତିବର୍ଷ ଭୈମି ଏକାଦଶୀଠାରୁ ଏହି ବ୍ୟାସ ସରୋବର ମେଳା ଅନୁଷ୍ଠିତ ହୋଇଥାଏ। ଯାଜପୁର ଜିଲ୍ଲା ବ୍ୟାସନଗର ସହର ଉପକଣ୍ଠରେ ଥିବା ପ୍ରସିଦ୍ଧ ବ୍ୟାସ ସରୋବର ପୀଠରେ ମହୋତ୍ସବର ପ୍ରତ୍ୟେକ ଦିନ ସନ୍ଧ୍ୟାରେ ନାମିଦାମୀ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷିତ ହୁଏ। ଓରମାସ୍‌, ଏମ୍‌ଏସ୍‌ଏମ୍‌ଇ , ହ୍ୟାଣ୍ଡଲୁମ୍‌ ଓ ହ୍ୟାଣ୍ଡିକ୍ରାଫ୍ଟ ଷ୍ଟଲମାନ ମଧ୍ୟ ପଡ଼େ।

Comment