ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରାଖଣ୍ଡ ହେଉଛି ଦେଶର ଚତୁର୍ଥ ରାଜ୍ୟ ଯେଉଁଠାରେ ମହିଳା କମାଣ୍ଡୋମାନେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ଅପରେସନରେ ସାମିଲ ହୋଇଛନ୍ତି। ଉତ୍ତରରାଖଣ୍ଡର ୨୨ଜଣ ମହିଳାଙ୍କୁ ନେଇ ଏଟିସି(ଆଣ୍ଟି ଟେରୋରିଜିମ୍ କମାଣ୍ଡୋ)ସ୍କ୍ୱାର୍ଡ ଗଠନ କରାଯାଇଛି। ସେଠାକାର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ରମ ସିଂ ରାୱତ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହା ହେଉଛି ରାଜ୍ୟ ପାଇଁ ଗର୍ବର ବିଷୟ। ଏଭଳି ପଦକ୍ଷେପ ଆଗକୁ ମହିଳାମାନଙ୍କୁ ଅଧିକ ମାତ୍ରାରେ ସେନାରେ ଯୋଗ ଦେବାକୁ ପ୍ରେରଣା ଦେବ।

ଶାରିରୀକ ଶକ୍ତି ଦୃଷ୍ଟିରୁ ପ୍ରଥମେ ୨୭ ଜଣ ମହିଳା କମାଣ୍ଡୋଙ୍କୁ ଆତଙ୍କବାଦୀ ବିରୋଧରେ ଲଢ଼ିବା ପାଇଁ ବଛା ଯାଇଥିଲା। ଏଥିପାଇଁ ସେମାନଙ୍କୁ ହରିଦ୍ୱାର ସେନା ତାଲିମ କେନ୍ଦ୍ର(ଏଟିସି)କୁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ଶାରିରୀକ ଦକ୍ଷତା ଓ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ଭିତ୍ତିରେ ୨୨ଜଣ ମହିଳାଙ୍କୁ ଏହି କାର୍ଯ୍ୟରେ ସାମିଲ କରାଯାଇଛି।

“ପ୍ରଥମେ ୨୨ଜଣ ମହିଳା କମାଣ୍ଡୋଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ ଓ ଅପରେସନ କ୍ଷେତ୍ରରେ ଦୁଇ ମାସ ପର୍ଯ୍ୟନ୍ତ ଉନ୍ନତମାନର କମାଣ୍ଡୋ ତାଲିମ ଦିଆଯିବ”, କହିଛନ୍ତି ନରେନ୍ଦ୍ରନଗର ପୋଲିସ ତାଲିମ କେନ୍ଦ୍ରର ଡିଆଇଜି ରାଜୀବ ସ୍ୱରୂପ।

ପୂର୍ବରୁ ଏଟିଏସ୍ ସ୍କ୍ୱାର୍ଡ଼ରେ ସାମିଲ ହୋଇଥିବା ମହିଳା :

ପ୍ରଥମ ରାଜ୍ୟଭାବେ ଦିଲ୍ଲୀ ୨୦୧୮ ମସିହାରେ ମହିଳା କମାଣ୍ଡୋକୁ ନେଇ ଏଟିଏସ୍ ସ୍କ୍ୱାର୍ଡ଼ ଗଠନ କରିଥିଲା। ଚଳିତ ବର୍ଷ କର୍ଣ୍ଣାଟକ ମଧ୍ୟ ତାଲିମ ଦେବା କାର୍ଯ୍ୟ ଆରମ୍ଭ କରିଛି।

Comment