ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ
ବଲିଉଡର ମିଷ୍ଟ୍ରି ମ୍ୟାନ୍ ଆୟୁଷ୍ମାନ ଖୁରାନାଙ୍କ ନୂଆ ଫିଲ୍ମ ‘ଅନେକ’ ଆସନ୍ତା ସେପ୍ଟେମ୍ଵର ୧୭ରେ ପରଦାକୁ ଆସିବ। ଏନେଇ ଆୟୁଷ୍ମାନ ନିଜ ସୋସିଆଲ ମିଡିଆରେ ରିଲିଜ ତାରିଖ ଘୋଷଣା କରିଛନ୍ତି।
ନିଜର ଇନଷ୍ଟାଗ୍ରାମ ପେଜରେ ଏକ ମଜାଦାର୍ ପୋଷ୍ଟ କରି ଆୟୁଷ୍ମାନ ଲେଖିଛନ୍ତି ଯେ, ନାମ୍ ଅନେକ୍, ଲେକିନ୍ ରିଲିଜ ଡେଟ୍ ଏକ୍! ମିଲ୍ତେ ହେଁ ଆପ୍ସେ ୧୭ ସେପ୍ଟେମ୍ଵର ୨୦୨୧ କୋ!।
ଏହି ଫିଲ୍ମରେ ଆୟୁଷ୍ମାନ ଏକ ଦମ୍ଦାର ଭୂମିକାରେ ଅଭିନୟ କରୁଥିବା ବେଳେ ନିର୍ଦ୍ଦେଶକ ଅନୁଭବ ସିହ୍ନା ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ସୁଟିଂ ଆସାମରେ ଚାଲିଛି।
ଟି-ସିରିଜ୍ ଏବଂ ବନାରସ୍ ମିଡିଆଓ୍ଵାର୍କସ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ଵ ମଧ୍ୟ ଅନୁଭବ ସିହ୍ନା ନିର୍ବାହ କରିଛନ୍ତି।
View this post on Instagram


















