ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ତଥା ସମାଜସେବୀ ବିଶ୍ୱଭୂଷଣ ହରିଚନ୍ଦନ ଚଳିତ ବର୍ଷ ‘କଳିଙ୍ଗ ରତ୍ନ’ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଏପ୍ରିଲ ୨ରେ ଉପରାଷ୍ଟ୍ରପତି ଏମ୍‌.ଭେଙ୍କିଆ ନାଇଡୁ ଓଡ଼ିଶା ଗସ୍ତରେ ଆସି ତାଙ୍କୁ ସମ୍ମାନୀତ କରିବେ ବୋଲି ସୂଚନା ମିଳିଛି।

କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ସାରସ୍ୱତ ପୀଠ ସାରଳା ଭବନଠାରେ ସାରଳା ସାହିତ୍ୟ ସଂସଦର ୪୦ ତମ ବାର୍ଷିକ ସମାରୋହରେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସମ୍ମାନୀତ କରାଯିବ। ଏନେଇ ସଂସଦର ପ୍ରତିଷ୍ଠାତା ଓ ସଭାପତି ଇଂଜିନିୟର ପ୍ରଭାକର ସ୍ୱାଇଁ ସୂଚନା ଦେଇଛନ୍ତି।

ସେ ଜଣେ ଦକ୍ଷ ପ୍ରଶାସକ ଓ ପ୍ରବୀଣ ରାଜନେତା। ଓଡ଼ିଶା ବିଧାନସଭାରେ ୫ଥର ବିଧାୟକ ହେବାସହ ବହୁବାର ରାଜ୍ୟର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ମନ୍ତ୍ରୀ ପଦରେ କାର୍ଯ୍ୟ କରିଛନ୍ତି।

ଯେକୌଣସି କ୍ଷେତ୍ରରେ ଜାତୀୟସ୍ତରରେ କୃତିତ୍ୱ ହାସଲ କରିଥିବା ଜଣେ ଓଡ଼ିଆଙ୍କୁ ସାରଳା ସାହିତ୍ୟ ସଂସଦ ପକ୍ଷରୁ ‘କଳିଙ୍ଗ ରତ୍ନ’ ସମ୍ମାନରେ ସମ୍ମାନୀତ କରାଯାଇଥାଏ ।

Comment