ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ନେଲେ ବରିଷ୍ଠ ନେତା ବିଶ୍ଵଭୂଷଣ ହରିଚନ୍ଦନ। ବୁଧବାର ୧୧.୩୦ରେ ଆନ୍ଧ୍ରପ୍ରଦେଶସ୍ଥିତ ରାଜଭବନରେ ସେ ଶପଥ ଗ୍ରହଣ କରିଛନ୍ତି।

ଏହି ଶପଥ ଗ୍ରହଣ ସମାରୋହରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇ ଏସ୍‌ ଜଗନ ମୋହନ ରେଡ୍ଡୀ, ଉଚ୍ଚ ନ୍ୟାୟାଳୟର ମୁଖ୍ୟ ଜଷ୍ଟିସ୍‌ ସି ପ୍ରବୀନ କୁମାର ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ବିଶ୍ୱୂଭୂଷଣ ଓଡ଼ିଶା ବିଧାନସଭାକୁ ୫ ଥର ନିର୍ବାଚିତ ହୋଇଛନ୍ତି। ୨ ଥର ଜନତା ଦଳ ଏବଂ ୩ ଥର ବିଜେପି ଟିକେଟରୁ ନିର୍ବାଚିତ ହୋଇଛନ୍ତି। ଏହାସହ ବିଜେପି-ବିଜେଡି ମେଣ୍ଟ ସରକାରରେ ବିଶ୍ୱଭୂଷଣ ମନ୍ତ୍ରୀ ମଧ୍ୟ ରହିଥିଲେ।

ବିଶ୍ୱଭୂଷଣ ହେଉଛନ୍ତି ବିଜେପିର ଜଣେ ବରିଷ୍ଠ ନେତା। ମୋଦି ସରକାର କେନ୍ଦ୍ରରେ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ବିଶ୍ୱଭୂଷଣଙ୍କୁ ଏହି ସମ୍ମାନଜନକ ପଦବୀ ମିଳିଥିବା କୁହାଯାଉଛି। ମୋଦି ସରକାରଙ୍କ ପ୍ରଥମ ପାଳିରେ ମୟୂରଭଞ୍ଜର ନେତ୍ରୀ ଦୌପଦୀ ମୁର୍ମୁଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା।

Comment