ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବିଗିଡ଼ିବାରେ ଲାଗିଛି କରୋନା ସ୍ଥିତି। ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୪୬୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୭୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ, ୧୮୯ ଲୋକାଲ୍ କେସ୍ ରହିଛି।
ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୮୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି କରୋନା ସଂକ୍ରମିତ ଚିହ୍ନଟରେ ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା ଓ ତୃତୀୟରେ ସୁନ୍ଦରଗଡ଼ ଜିଲ୍ଲା। ଖୋର୍ଦ୍ଧା ଜିଲ୍ଲାରୁ ୬୯ଜଣ ଚିହ୍ନଟ ହୋଇଥିବାବେଳେ, ସୁନ୍ଦରଗଡ଼ରୁ ୬୨ ଜଣ ଚିହ୍ନଟ ହୋଇଛନ୍ତି।
ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ୭୭୨ରେ ପହଞ୍ଚିଥିବାବେଳେ, ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩ଲକ୍ଷ ୩୭ ହଜାର ୨୧୨ ଜଣ। ସୂଚନା ଅନୁସାରେ ଏଯାବତ୍ ୨୫୮୬ଟି ସକ୍ରିୟ ମାମଲା ରହିଛି।