ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଦେଶରେ ଏବେ କରୋନା ଟିକାର ସଂକଟ ଦେଖାଦେଇଛି। ଏହି ସମୟରେ ଟିକାକୁ ନେଇ ଏକ ଖୁସି ଖବର ଆସିଛି। ଋଷ୍ ପ୍ରସ୍ତୁତ କରୋନା ଟିକା ସ୍ଫୁଟନିକ୍ ଭି’କୁ ଭାରତରେ ଜରୁରୀ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି।

ସୋମବାର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)ର ସବଜେକ୍ଟ ଏକ୍ସପର୍ଟ କମିଟି ବୈଠକରେ ବିଶେଷଜ୍ଞମାନେ ସ୍ଫୁଟନିକ୍ ଭି’କୁ ବ୍ୟବହାର କରିବା ପାଇଁ ଅନୁମତି ଦେଇଛନ୍ତି। ତୃତୀୟ ଟିକା ଭାବେ ସ୍ଫୁଟନିକ୍ ଭିକୁ ମଞ୍ଜୁରୀ ମିଳିଛି।

ଭାରତରେ ଡକ୍ଟର ରେଡିଜ୍ ସ୍ଫୁଟନିକ୍ ଭି ଟିକା ପ୍ରସ୍ତୁତ କରୁଛି। ଦେଶରେ ଏବେ ଦୁଇଟି ଟିକାର ବ୍ୟବହାର କରାଯାଉଛି, ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ।

ଏଥିସହିତ ଆଗାମୀ ଦିନରେ ଆଉ ୫ଟି କରୋନା ଟିକାକୁ ଭାରତରେ ଅନୁମତି ଦିଆଯିବା ନେଇ ସୂଚନା ରହିଛି। ଦେଶରେ ଏପର୍ଯ୍ୟନ୍ତ ୧୦ କୋଟି ୩୦ ଲକ୍ଷରୁ ଊର୍ଦ୍ଧ୍ଵ ଲୋକଙ୍କ ଟିକାକରଣ ହୋଇସାରିଛି।

Comment