ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାଦେଶରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପୁଥିଲା ବେଳେ ଦିଲ୍ଲୀରେ ବି କରୋନା ମିଟର ଉପରେ ରହିଛି। ତେଣୁ ଦିଲ୍ଲୀରେ ସପ୍ତାହନ୍ତ ଲକ୍‌ଡାଉନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ସପ୍ତାହନ୍ତ ଲକଡାଉନ ଶୁକ୍ରବାର ରାତି ୧୦ଟାରୁ ଆରମ୍ଭ ହୋଇ ସୋମବାର ସକାଳ ୬ ପର୍ଯ୍ୟନ୍ତ ବଳବତ୍ତର ରହିବ। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

ସପ୍ତାହନ୍ତ ଲକଡାଉନରେ କେବଳ ଜରୁରୀ ସେବା ସ୍ୱାଭାବିକ ରହିବ। ସପିଂ ମଲ୍‌, ଜିମ୍‌, ସ୍ପା ଆଦି ବନ୍ଦ ରହିବ। ୩୦ପ୍ରତିଶତ ଦର୍ଶକଙ୍କୁ ନେଇ ଫିଲ୍ମ ହଲ୍‌ ଚାଲୁ ରହିବ ବୋଲି କୁହାଯାଇଛି।

କେବଳ ଏତିକି ନୁହେଁ ବରଂ ନିୟମ ଉଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସପ୍ତାହନ୍ତ ଲକଡାଉନ ଫଳରେ କରୋନା ଚେନ୍‌ ଭାଙ୍ଗିବ ବୋଲି ସେ କହିଛନ୍ତି।

Comment