ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ହୁ ହୁ ହୋଇ ବଢ଼ୁଛି ଦୈନିକ ସଂକ୍ରମଣ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣରେ ପ୍ରଥମଥର ପାଇଁ ୩ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। କେନ୍ଦ୍ରର ତାଜା ରିପୋର୍ଟ ଅନୁସାରେ ଗତ ୨୪ଘଣ୍ଟାରେ ଦେଶରୁ ୩ଲକ୍ଷ ୧୪ହଜାର ୮୩୫ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କରୋନା ମହାମାରୀରେ ୨୧୦୪ଜଣଙ୍କର ମୃତ୍ୟୁ ହୋଇଛି।

ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ପଜିଟିଭ୍ ସଂଖ୍ୟା ୧କୋଟି ୫୯ଲକ୍ଷ ୩୦ହଜାର ୯୬୫ରେ ପହଞ୍ଚିଛି। ସେହିଭଳି ନୂଆ ମୃତକଙ୍କୁ ମିଶାଇ ସମୁଦାୟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୮୪ହଜାର ୬୫୭ରେ ପହଞ୍ଚିଛି। ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୧ଲକ୍ଷ ୭୮ହଜାର ୮୪୧ଜଣଙ୍କୁ ମିଶାଇ ସମୁଦାୟ ୧କୋଟି ୩୪ଲକ୍ଷ ୫୪ହଜାର ୮୮୦ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହ ଦେଶରେ ୨୨ଲକ୍ଷ ୯୧ହଜାର ୪୨୮ ଆକ୍ଟିଭ କେସ୍ ରହିଛି।

କରୋନା ମହାମାରୀ କବଳରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଦେଶରେ ପ୍ରାୟ ୧୩କୋଟି ୨୩ଲକ୍ଷ ୩୦ହଜାର ୬୪୪ଜଣ ହିତାଧିକାରୀ ଟିକା ନେଇଛନ୍ତି। ଆସନ୍ତା ମେ’ ୧ ଦେଶବ୍ୟାପୀ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ସେହି ପର୍ଯ୍ୟାୟରେ ୧୮ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକାକରଣ କରାଯିବ। ଏଥିସହ ଦେଶରେ କିଛି ପ୍ରମୁଖ ରାଜ୍ୟଗୁଡ଼ିକରେ ଅମ୍ଲଜାନ ସଙ୍କଟ ଦେଖା ଦେଇଛି।

Comment