ଓଡ଼ିଶାଲାଇଭ୍ ବ୍ୟୁରୋ

ମେ’ ୧ ତାରିଖରୁ ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେବ। ଏଥିରେ ୧୮ରୁ ୪୪ ବର୍ଷର ନାଗରିକମାନେ ଟିକା ନେବେ। ଟିକା ନେବା ପାଇଁ ଏପ୍ରିଲ ୨୮ ତାରିଖ ଅପରାହ୍‌ଣ ୪ଟାରୁ ଅନ୍‌ଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ।

କୋଓ୍ଵିନ୍ ପୋର୍ଟାଲ, ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ କିମ୍ଵା ଉମଙ୍ଗ୍ ଆପ୍ ଜରିଆରେ ଟିକା ପାଇଁ ପଞ୍ଜୀକରଣ କରିବାକୁ ପଡ଼ିବ। ଆଜି ଅପରାହ୍‌ଣ ୪ଟା ପରଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ।covid vaccination

ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କେବଳ ଉତ୍ପାଦନ କମ୍ପାନିଠାରୁ ରାଜ୍ୟକୁ ଟିକା ଆସିବା ପରେ ଟିକାକରଣ ଆରମ୍ଭ ହେବ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଟିକା ପହଞ୍ଚିବାରେ ବିଳମ୍ବ ହେବାର ଆଶଙ୍କା ଥିବାରୁ ଟିକାକରଣରେ ସାମାନ୍ୟ ଡେରି ହୋଇପାରେ ବୋଲି ବିଭାଗର ଜଣେ ଅଧିକାରୀ କହିଛନ୍ତି।

ଏହାରି ମଧ୍ୟରେ ୩ କୋଟି ୭୭ ଡୋଜ୍ କୋଭିସିଲ୍ଡ ଓ ୧୦ ଲକ୍ଷ ୩୪ ହଜାର ଡୋଜ୍ କୋଭାକ୍ସିନ ଟିକା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟିକା ଉତ୍ପାଦନ କମ୍ପାନିମାନଙ୍କୁ ଅର୍ଡର ଦେଇସାରିଛି। କିନ୍ତୁ ଟିକା କେବେ ମିଳିବ ତାହା ସ୍ପଷ୍ଟ ହୋଇନି।

Comment