ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତି ବର୍ଷ ମେ’୧୨କୁ ସାରା ବିଶ୍ୱରେ ଆନ୍ତର୍ଜାତିକ ନର୍ସ ଦିବସ ବା ଆନ୍ତର୍ଜାତିକ ସେବିକା ଦିବସ ଭାବେ ପାଳନ କରାଯାଏ।  

ସ୍ୱାସ୍ଥ୍ୟ କ୍ଷେତ୍ରରେ ନର୍ସଙ୍କର ବଡ଼ ଯୋଗଦାନ ରହିଥାଏ। ରୋଗୀଙ୍କ ଚିକିତ୍ସାରେ ନର୍ସମାନଙ୍କ ବଡ଼ ଦାୟିତ୍ୱ ରହିଥାଏ। ରୋଗୀଙ୍କ ସେବା ପାଇଁ ସେମାନେ ଅହରହ ଲାଗି ପଡ଼ିଥାଆନ୍ତି। ସେମାନଙ୍କର ଏହି ଯୋଗଦାନକୁ ସମ୍ମାନ ଜଣାଇବା ପାଇଁ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୁଏ।

ନର୍ସ ଦିବସ ପାଳନର ଇତିହାସ

ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟିଙ୍ଗଲ ୧୮୨୦, ମେ’ ୧୨ରେ ଇଂଲଣ୍ଡରେ ଏକ ଧନୀ ପରିବାରେ ଜନ୍ମ ହୋଇଥିଲେ।  ମାତ୍ର ୧୬ ବର୍ଷ ବୟସରେ ସେ ଅନୁଭବ କରିଥିଲେ ଯେ ସେ ଲୋକଙ୍କ ସେବା କରିବା ପାଇଁ ଜନ୍ମ ହୋଇଛନ୍ତି। ଫ୍ଲୋରେନ୍ସ ଜଣେ ନର୍ସ ହେବାକୁ ଚାହୁଁଥିଲେ। ସେ ରୋଗୀ, ଗରିବ ଏବଂ ପୀଡିତମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ବାପା ଏଥିରେ ରାଜି ନଥିଲେ।

କାରଣ ସେହି ସମୟରେ ନର୍ସିଂକୁ ଏକ ସମ୍ମାନଜନକ ବୃତ୍ତି ଭାବରେ ବିବେଚନା କରାଯାଉ ନଥିଲା। ଫ୍ଲୋରେନ୍ସ କିନ୍ତୁ ଜିଦ କରି ୧୮୫୧ ନର୍ସିଂ ପଢ଼ିଥିଲେ।  ୧୮୫୩ ମସିହାରେ ସେ ଲଣ୍ଡନରେ ଏକ ଡାକ୍ତରଖାନା ଖୋଲିଥିଲେ।  ୧୮୫୪ ମସିହାରେ ଯେତେବେଳେ କ୍ରିମିୟା ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧରେ ଅନେକ ସୈନ୍ୟଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ।

ଖବର ଆସିବା ପରେ ଫ୍ଲୋରେନ୍ସ ସେଠାରେ ନର୍ସମାନଙ୍କ ସହ ପହଞ୍ଚିଥିଲେ। ସେମାନଙ୍କର ସେବା କରିଥିଲେ। ଫ୍ଲୋରେନ୍ସ ନାଇଟିଙ୍ଗଲ ଆହତ ସୈନ୍ୟମାନଙ୍କ ଯତ୍ନରେ ଦିନରାତି ଏକାଠି କରିଦେଇଥିଲେ। ରାତିରେ ଯେତେବେଳେ ସମସ୍ତେ ଶୋଉଥିଲେ, ସେ ଲଣ୍ଠନ ଧରି ସମସ୍ତଙ୍କୁ ଦେଖୁଥିଲେ।  ଏହି କାରଣରୁ ସୈନ୍ୟମାନେ ସ୍ନେହରେ ତାଙ୍କୁ ‘ଲେଡି ୱିଥ ଲ୍ୟାମ୍ପ’ ବୋଲି ଡାକିଲେ।

ଏନେଇ ଖବରକାଗଜରେ ପ୍ରକାଶିତ ହେବାପରେ ରାଣୀ ଭିକ୍ଟୋରିଆ ଫ୍ଲୋରେନ୍ସଙ୍କୁ ଏକ ଚିଠି ଲେଖିଥିଲେ। ରାଣୀ ଭିକ୍ଟୋରିଆ ମଧ୍ୟ ତାଙ୍କୁ ଭେଟିଥିଲେ ଏବଂ ଆଲୋଚନା ପରେ ସାମରିକ ଚିକିତ୍ସା ବ୍ୟବସ୍ଥାର ବ୍ୟାପକ ସଂସ୍କାର ସମ୍ଭବ ହୋଇଥିଲା। ସେନାରେ ଡାକ୍ତରମାନଙ୍କୁ ତାଲିମ ଦେବା ଆରମ୍ଭ କଲା। ୧୮୬୦ରେ ମସିହାରେ ଲଣ୍ଡନର ସେଣ୍ଟ ଥୋମାସ୍ ହସ୍ପିଟାଲରେ ନାଇଟିଙ୍ଗଲ ଟ୍ରେନିଂ ସ୍କୁଲ ଫର୍ ନର୍ସେସ ଖୋଲା ଯାଇଥିଲା, ଯେଉଁଠାରେ ନର୍ସମାନେ ଅଧିକ ତାଲିମ ପ୍ରାପ୍ତ ହୋଇଥିଲେ। ୧୯୧୯ରେ ରେ ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ସମ୍ମାନ ଦେବା ପାଇଁ ତାଙ୍କ ଜନ୍ମଦିନକୁ ବିଶ୍ୱ ନର୍ସ ଦିବସ ଭାବେ ପାଳନ କରାଯାଉଛି।

Comment