ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କୋଭିଡ୍ ସ୍ଥିତି ଅଣାୟତ୍ତ। କିଛି ଦିନର ବ୍ୟବଧାନ ପରେ ଦ୍ୱିତୀୟଥର ପାଇଁ ରାଜ୍ୟରୁ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ପ୍ଲାଟୋ ସ୍ତରରେ ରହିଥିଲାବେଳେ, ଆଜି ଅଚାନକ୍ ପିକ୍‌ରେ ପହଞ୍ଚିଛି। ଅନ୍ୟପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ସବୁଦିନ ତୁଳନାରେ ଆଜି ଅଧିକ ରହିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୧୨ହଜାର ୩୯୦ପଜିଟିଭ୍ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୬୯୩୮ଜଣ ହୋଇଥିବାବେଳେ, ୫୪୫୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ୨୨ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ।

ଆଜିର ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ଟପିଛି। ସର୍ବାଧିକ ୨୨୦୧ ନୂଆ ପଜିଟିଭ୍ ଖୋର୍ଦ୍ଧାରୁ ହିଁ ଚିହ୍ନଟ ହୋଇଛନ୍ତି। ୮୨୨ ପଜିଟିଭ୍ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୫୩୨, ବରଗଡ଼ରୁ ୫୦୭, କଟକରୁ ୭୧୯, ଯାଜପୁରରୁ ୪୩୬, ମୟୁରଭଞ୍ଜରୁ ୪୮୦, ସମ୍ବଲପୁରରୁ ୬୭୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହିଭଳି ଭାବରେ ସବୁ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି।

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୫ଲକ୍ଷ ୮୮ହଜାର ୬୮୭ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୮୬୬୫ ଜଣଙ୍କୁ ମିଶାଇ ସମୁଦାୟ ୪ଲକ୍ଷ ୮୨ହଜାର ୩୪୫ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ୧ଲକ୍ଷ ୦୪ହଜାର ୦୧୬ ଟି ଆକ୍ଟିଭ କେସ୍ ରହିଛି।

ଅନ୍ୟପଟେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି। ଆଜି ରାଜ୍ୟରୁ ୨୨ଜଣ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି। ସେମାନଙ୍କ ମଧ୍ୟରେ ଅନୁଗୁଳରୁ ୩ଜଣ, ଭୁବନେଶ୍ୱରରୁ ୨ଜଣ, ବୌଦ୍ଧରୁ ଦୁଇଜଣ, କଟକ, ଦେଓଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳରୁ ଜଣେ ଲେଖାଏଁ, କେନ୍ଦ୍ରାପଡ଼ା, କଳାହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼, ଖୋର୍ଦ୍ଧାରୁ ଦୁଇ ଜଣ ଲେଖାଏଁ ରହିଛନ୍ତି। ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଏହି ମୃତକମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୭୩ ରେ ପହଞ୍ଚିଛି।

Comment