ଓଡ଼ିଶାଲାଇଭ ବ୍ୟୁରୋ

ଜୁଲାଇ ମାସରେ କରୋନା ସ୍ଥିତି ଅସମ୍ଭାଳ ହେଲାଣି।

ଜୁଲାଇରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଗତ ୬ ଦିନ ଭିତରେ କରୋନାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୨ ହଜାର ୧୧୦ ବଢ଼ିଛି। ଏହି ସଂଖ୍ୟାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୯୭ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୪୮ ଛୁଇଁଛି।

ଓଡ଼ିଶାରେ ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ କରୋନା ଭଲ ସ୍ଥିତିରେ ରହିଥିଲା। ମୃତ୍ୟୁ ସଂଖ୍ୟା କମ୍‌ ଥିବା ବେଳେ ୧୦୦ ଆକ୍ରାନ୍ତ ହେବାକୁ ଅତି କମ୍‌ରେ ୧୫ ଦିନରୁ ଅଧିକ ସମୟ ଲାଗୁଥିଲା। ହେଲେ ଜୁଲାଇ ଆରମ୍ଭରୁ ଧାରା ବଦଳିଛି। ମାତ୍ର ୬ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ବଢ଼ିଥିବାରୁ ଲୋକଙ୍କ ମନରେ ଛନକା ପଶିଛି।

ମାର୍ଚ୍ଚ ୧୬ ତାରିଖରେ କେବଳ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ। ଏହାପରେ ଅନ୍ୟ ଜିଲ୍ଲାକୁ କରୋନା କାୟା ମେଲାଇଥିଲା। ମେ’ ୧ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬ ହୋଇଥିଲା। ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ଡେଇଁବାକୁ ଦେଢ଼ ମାସ ଲାଗି ଯାଇଥିଲା।

coronaମେ’ ମାସରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଲା। ରାଜ୍ୟ ବାହାରୁ ଲୋକମାନେ ନିଜ ଗାଁକୁ ଆସିବା ପରେ ଏହି ସଂଖ୍ୟା ବଢ଼ି ଚାଲିଲା। ମେ’ ଆରମ୍ଭରୁ ୧୫୬ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ଶେଷ ବେଳକୁ ୨୧୫୬ରେ ପହଞ୍ଚିଗଲା।

ମେ’ ମାସ ପରେ କ୍ୱାରେଣ୍ଟାଇନ ସେଣ୍ଟର ବାହାରୁ ଆକ୍ରାନ୍ତ ଚିହ୍ନଟ ହେଲେ। ବିଶେଷକରି ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ କରୋନା ହେଲା। କ୍ୱାରେଣ୍ଟାଇନ ସେଣ୍ଟର ଭିତରୁ ଏବଂ ବାହାରୁ ଅଧିକ ଆକ୍ରାନ୍ତ ଚିହ୍ନଟଠ ହେଲେ। ଫଳରେ ଜୁନ୍‌ ଶେଷ ବେଳକୁ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ଡେଇଁଥିଲା।

ଏବେ ଜୁଲାଇ ଆରମ୍ଭ ହେଉ ହେଉ କରୋନା ତାର କରାଳ ରୂପ ଦେଖାଇଛି। ପ୍ରତିଦିନ ୫୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ଲୋକଙ୍କୁ ଚିନ୍ତାରେ ପକାଇଛି। ଜୁନ୍‌ ୨୯ରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୪୫ ଥିବା ବେଳେ ଜୁଲାଇ ୧ରେ ଏହା ହଠାତ୍‌ ବଢ଼ି ଯାଇଥିଲା। ମାତ୍ର ଦୁଇ ଦିନରେ ୧ ହଜାର ଆକ୍ରାନ୍ତ ବଢ଼ିଥିଲେ। ଜୁଲାଇ ୧ରେ ୮ ହଜାର ୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜୁଲାଇ ୬ରେ ୧୦ ହଜାର ଡେଇଁବା ଓଡ଼ିଶା ପାଇଁ ସତର୍କଘଣ୍ଟି ବଜାଇଛି।

corona-3ସେହିପରି ମୃତ୍ୟୁ ସଂଖ୍ୟା ବି କିଛି କମ୍‌ ନାହିଁ। ଜୁଲାଇ ଆରମ୍ଭରୁ ନୂଆ ନୂଆ ମୃତ୍ୟୁ ସଂଖ୍ୟା ସାମ୍‌ନାକୁ ଆସୁଛି। ଗତ ୬ ଦିନ ଭିତରେ ୧୭ ଜଣଙ୍କ ପ୍ରାଣ ଯିବା ପ୍ରଶାସନ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଗତ ପାଞ୍ଚ ଦିନ ହେଲା ଓଡ଼ିଶାରେ ଗୋଟିଏ ଦିନରେ ୪ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଜୁଲାଇ ୩ରେ ୫୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ତାରିଖରେ ୪୯୫, ୫ ତାରିଖରେ ୪୬୯, ୬ ତାରିଖରେ ୪୫୬ ଏବଂ ୭ ତାରିଖରେ ୫୭୧ ଚିହ୍ନଟ ହେବା ସ୍ଥିତିକୁ ଆହୁରି ସଙ୍ଗିନ କରିଛି।

Comment