ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକରେ କରୋନାର ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଆଜି ଦୁଇ ପ୍ରମୁଖ ହସ୍ପିଟାଲ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନ ଏବଂ ଏସ୍‌ସିବି ମେଡିକାଲରୁ ୬୬ ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକରେ ଭୟର ବାତାବରଣ ଦେଖିବାକୁ ମିଳିଛି।

ଗୁରୁବାର ରାତିରେ କ୍ୟାନସର ହସ୍ପିଟାରୁ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ଜଣ କ୍ୟାନସର ରୋଗୀ ଥିବା ବେଳେ ୩୬ ଜଣ ଆଟେଣ୍ଡାଣ୍ଟ ଏବଂ ଜଣେ ନର୍ସ ଅଛନ୍ତି। ଏମାନଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ପଜିଟିଭ୍‌ ଆସିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ସେହିପରି ଏସ୍‌ସିବି ମେଡିକାଲର ଆଇସୋଲେସନ ୱାର୍ଡରୁ ୧୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନେ ପୂର୍ବରୁ ଜ୍ୱର, କାଶ, ଛିଙ୍କରେ ଆକ୍ରାନ୍ତ ହୋଇ ଆଡମିଶନ ହୋଇ ରହିଥିଲେ।

କ୍ୟାନସର ହସ୍ପିଟାଲରୁ ପ୍ରଥମେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେ ଗଞ୍ଜାମରୁ ଆସି କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହାପରେ କରୋନା ଏହି କ୍ୟାନସର ହସ୍ପିଟାଲରେ ମାଡ଼ି ଚାଲିଛି।

Comment