ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକରେ ଆଜି ୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୯ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮ ଜଣ ସ୍ଥାନୀୟ ସଂକ୍ରମଣ ବୋଲି କଟକ ମହାନଗର ନିଗମ ଟୁଇଟ୍‌ କରି ସୂଚନା ଦେଇଛି। ମାଲଗୋଦାମ ବେହେରା ସାହିରୁ କେବଳ ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ପ୍ରଶାସନର ଚିନ୍ତା ବଢ଼ିଛି। ଏହି ୫୭ ଜଣ ହୋମକ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ଅଞ୍ଚଳରୁ ୨୨ ଜଣ ଚିହ୍ନଟ ହୋଇଥିଲେ।

ସେହିପରି ପୁରୁଣା ରାଉସାପାଟଣା ଅଞ୍ଚଳରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ ସନ୍ତୋଷ ନଗରରୁ ଜଣେ, ମାଛୁଆ ବଜାରରୁ ୧୦ ଜଣ, ପେଟିନ ସାହିରୁ ଜଣେ, କଲେଜ ଛକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୮ ଜଣ ସ୍ଥାନୀୟ ସଂକ୍ରମଣଙ୍କ ଭିତରୁ କାଳୀଗଳିରୁ ଜଣେ, ନୟାସଡ଼କରୁ ଜଣେ, ସାଆନ୍ତ ସାହିରୁ ଜଣେ, ଚାଉଳିଆଗଞ୍ଜରୁ ଜଣେ, ମହାନଦୀ ବିହାରରୁ ଜଣେ, ତେଲେଙ୍ଗାବଜାରରୁ ଜଣେ, ବାଦାମବାଡ଼ିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here