ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ଏବେ ଦୈନିକ ସଂକ୍ରମଣ କମୁଥିବାବେଳେ ମୃତ୍ୟୁ ସଂଖ୍ୟା ବଢୁଥିବା ଦେଖିବାକୁ ମିଳୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୨ଲକ୍ଷ ୫୭ହଜାର ୨୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ୪ହଜାର ୧୯୪ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୬୨ଲକ୍ଷ ୮୯ହଜାର ୨୯୦ରେ ପହଞ୍ଚିଛି। ସେହିପରି ନୂଆ ମୃତକଙ୍କୁ ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୯୫ହଜାର ୫୨୫ରେ ପହଞ୍ଚିଛି। ଏବେ ଦେଶରେ ୨୯ଲକ୍ଷ ୨୩ହଜାର ୪୦୦ଆକ୍ଟିଭ କେସ୍ ରହିଛି। ସେହିପରି ୨୪ ଘଣ୍ଟାରେ ୩ଲକ୍ଷ ୫୭ହଜାର ୬୩୦ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇ ସମୁଦାୟ ୨କୋଟି ୩୦ଲକ୍ଷ ୭୦ହଜାର ୩୬୫ ଜଣ ସୁସ୍ଥ ହୋଇଛନ୍ତି।
କେନ୍ଦ୍ରର ତଥ୍ୟ ଅନୁସାରେ ଦେଶରେ ସମୁଦାୟ ୧୯କୋଟି ୩୩ଲକ୍ଷ ୭୨ହଜାର ୮୧୯ଜଣ ହିତାଧିକାରୀଙ୍କୁ ଟିକା ଦିଆସରିଛି। କରୋନା ନିୟନ୍ତ୍ରଣ ପାଇଁ ଜାତୀୟସ୍ତରରେ ଲକ୍ଡାଉନ୍ ଘୋଷଣା କରାଯାଇନାହିଁ। କିନ୍ତୁ ରାଜ୍ୟଗୁଡ଼ିକରେ ପରିସ୍ଥିତି ଦେଖି ଲକ୍ଡାଉନ୍ ଓ ସଟ୍ଡାଉନ୍ ଘୋଷଣା କରାଯାଇଛି। ଏଯାବତ୍ ଦେଶରେ ଟିକାକରଣ ପ୍ରକ୍ରିୟା ଜାରି ରହିଛି।













