ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟବାସୀଙ୍କ ପାଇଁ ଭଲ ଖବର। ସରକାରୀ ତଥ୍ୟ ଅନୁସାରେ ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ହାରଠାରୁ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ରାଜ୍ୟରୁ ୧୦ହଜାର ୪୦୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୪୯ ଜଣ ରହିଥିବାବେଳେ, କଟକରୁ ୯୫୪, ଯାଜପୁରରୁ ୪୯୫, ସୁନ୍ଦରଗଡ଼ରୁ ୭୦୫, ଅନୁଗୁଳରୁ ୯୦୮, ପୁରୀରୁ ୪୭୨ ଜଣ ରହିଛନ୍ତି। ସେହିପରି ମୟୂରଭଞ୍ଜରୁ ୫୬୪, ବାଲେଶ୍ୱରରୁ ୧୮୧, ସମ୍ବଲପୁରରୁ ୩୫୪, ଝାରସୁଗୁଡ଼ାରୁ ୧୮୬, ବରଗଡ଼ରୁ ୩୩୧, ନୟାଗଡ଼ରୁ ୧୯୦ଜଣ ରହିଛନ୍ତି। ଏଥିସହ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଶତାଧିକ ରୋଗୀ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୬ଲକ୍ଷ ୮୦ହଜାର ୯୩୨ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ଅନ୍ୟପଟେ ଏବେ ରାଜ୍ୟରେ କରୋନା ସଂକ୍ରମଣ କମୁଥିବାବେଳେ, ମୃତ୍ୟୁ ସଂଖ୍ୟା ବଢ଼ିଛି। ପ୍ରତିଦିନ ୩୦ରୁ ଅଧିକ ବ୍ୟକ୍ତିଙ୍କ ଜୀବନ ନେଉଛି କରୋନା। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୮ହଜାରରୁ ଅଧିକ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Comment