ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ଆଜି ୮ହଜାର ୩୯୯ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୪୭୪୧ ଜଣ ହୋଇଥିବାବେଳେ, ୩୬୫୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାଜ୍ୟରୁ ୪୦ ଜଣ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି।
ଆଜିର ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୦୭ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୭୬୬ ଜଣ ଓ ସୁନ୍ଦରଗଡ଼ରୁ ୪୭୭ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୪୬୮, ବରଗଡ଼ରୁ ୧୮୯, ବାଲେଶ୍ୱରରୁ ୨୪୦, ଯାଜପୁରରୁ ୫୧୪, ସମ୍ବଲପୁରରୁ ୧୯୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
Covid-19 Report For 1st June
New Positive Cases: 8399
In quarantine: 4741
Local contacts: 3658(Details of local contacts will be shared by concerned Dist Administration)
District Wise Cases:
1. Angul: 468
2. Balasore: 240
3. Bargarh: 189
4. Bhadrak: 147
5. Balangir: 116— I & PR Department, Odisha (@IPR_Odisha) June 2, 2021
ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୭ଲକ୍ଷ ୮୨ହଜାର ୧୩୧ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୧୧ହଜାର ୦୯୫ ଜଣଙ୍କୁ ମିଶାଇ ସମୁଦାୟ ୬ଲକ୍ଷ ୯୨ହଜାର ୦୨୭ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ୮୭ ହଜାର ୨୨୦ ଆକ୍ଟିଭ କେସ୍ ରହିଛି।
Regret to inform the demise of forty numbers of Covid positive patients while under treatment in hospitals.
1.A 72 years old female of Angul district who was also suffering from Diabetes Mellitus.
2.A 55 years old male of Angul district.
— H & FW Dept Odisha (@HFWOdisha) June 2, 2021
ଅନ୍ୟପଟେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଆଜି ରାଜ୍ୟରୁ ସର୍ବାଧିକ ୪୦ ଜଣଙ୍କ ଜୀବନ ନେଇଛି କରୋନା। ସେମାନଙ୍କ ମଧ୍ୟରେ ଅନୁଗୁଳରୁ ସର୍ବାଧିକ ୫ଜଣ ରହିଛନ୍ତି। ସେହିପରି ବାଲେଶ୍ୱରରୁ ଜଣେ, ଭୁବନେଶ୍ୱରରୁ ଦୁଇ ଜଣ, ବୌଦ୍ଧରୁ ତିନି ଜଣ, କଟକରୁ ୫ ଜଣ, ଦେବଗଡ଼ରୁ ଦୁଇ ଜଣ, ଢେ଼ଙ୍କାନାଳ, ଯାଜପୁରରୁ ଜଣେ ଲେଖାଏଁ, ଝାରସୁଗୁଡ଼ାରୁ ଚାରି ଜଣ, କଳାହାଣ୍ଡିରୁ ପାଞ୍ଚ ଜଣ, ଖୋର୍ଦ୍ଧାରୁ ତିନି ଜଣ, ମାଲକାନଗିରିରୁ ଜଣେ, ନବରଙ୍ଗପୁରରୁ ଦୁଇ ଜଣ, ରାୟଗଡ଼ାରୁ ତିନି, ସମ୍ବଲପୁରରୁ ଦୁଇ ଜଣ ରହିଛନ୍ତି । ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଏହି ମୃତକମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୩୧ ରେ ପହଞ୍ଚିଛି।













