ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଦୈନିକ ସଂକ୍ରମଣ କିଛିଦିନ ହେବ ସାମାନ୍ୟ ହ୍ରାସ ପାଇଛି। କିନ୍ତୁ ଏହା ଢେର ଉପରେ ରହିଛି। ଅଧିକାଂଶ ରୋଗୀ ଗୁରୁତର ଅବସ୍ଥାରେ ହସ୍ପିଟାଲର ଦ୍ୱାରସ୍ଥ ହେଉଥିବାବେଳେ ଅନେକଙ୍କୁ ଭେଣ୍ଟିଲେଟରରେ ରଖିବାକୁ ପଡୁଛି। ତେବେ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ପଜିଟିଭ ହାର ଏବେ ୧୪ ପ୍ରତିଶତରୁ ୧୩ ପ୍ରତିଶତକୁ ଖସିଛି।

କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହେବାପରେ ଚିକିତ୍ସା ପାଇଁ ଆବଶ୍ୟକୀୟ ସୁବିଧା ରହିଛି ବୋଲି ସରକାରଙ୍କ ପକ୍ଷରୁ ଦାବି କରାଯାଉଛି। ଏଥିସହ ରାଜ୍ୟରେ ଏକା ଥରକରେ ୧୨୮୮ ରୋଗୀଙ୍କୁ ଭେଣ୍ଟିଲେଟରରେ ରଖା ଯାଇପାରିବ ଓ ୪୦୭୨ ରୋଗୀ ଆଇସିୟୁରେ ଭର୍ତ୍ତି ହୋଇପାରିବେ। କିନ୍ତୁ ବାସ୍ତବ ସ୍ଥିତି ପୁରା ଅଲଗା। ସୂଚନା ଅନୁସାରେ ରବିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ୮୫୦ ରୋଗୀ ଭେଣ୍ଟିଲେଟରରେ ରହିଥିଲେ। ତେଣେ ରାଜ୍ୟରେ ଯେତେ ସଂଖ୍ୟକ ଆଇସିୟୁ ବେଡ୍‌ ରହିଛି ସେଥିମଧ୍ୟରୁ ୭୨ପ୍ରତିଶତ ବେଡ୍‌ ଭର୍ତ୍ତି ହୋଇଯାଇଥିବା ଜଣାପଡିଛି।ଯେଉଁ ରୋଗୀଙ୍କୁ ତରଳ ଅକ୍ସିଜେନ ଦିଆଯିବା ସତ୍ତ୍ୱେ ତାଙ୍କ ଅବସ୍ଥାରେ ଉନ୍ନତି ହୁଏନାହିଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥାଏ। ପ୍ରଥମେ ଡାକ୍ତର ତାଙ୍କୁ ନନ୍‌ ଇନଭେସିଭ୍‌ ବା ଫୋଡା ନଯିବା ଭଳି ଭେଣ୍ଟିଲେଟରରେ ରଖନ୍ତି। ତଥାପି ଯଦି ତାଙ୍କ ଅକ୍ସିଜେନ ସାଚୁରେସନ ସ୍ତରରେ ପରିବର୍ତ୍ତନ ନଆସେ ତାଙ୍କୁ ଶ୍ୱାସ ନଳୀ ଭିତରେ ଅମ୍ଳଜାନ ଦିଆଯାଇଥାଏ। ଡାକ୍ତରମାନଙ୍କ କହିବା କଥା, ଦ୍ଵିତୀୟ ଲହରରେ ଯେଉଁମାନେ ଗୁରୁତର ଆକ୍ରାନ୍ତ ହୋଇ ଭେଣ୍ଟିଲେଟରରେ ରହୁଛନ୍ତି ସେମାନଙ୍କୁ ସେଥିରୁ ବାହାର କରିବା କଷ୍ଟ ହୋଇପଡୁଛି।corona case-2ଭୁବନେଶ୍ୱର ଏମ୍ସର ଜଣେ ସିନିଅର ରେସିଡେଣ୍ଟ ଅଭିଷେକ ପାଢ଼ୀ କୁହନ୍ତି, “ବିଳମ୍ବରେ ରୋଗୀ ହସ୍ପିଟାଲରେ ପହଞ୍ଚୁଥିବା କାରଣରୁ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥାଏ। ଢେର ଦିନ ପର୍ୟ୍ୟନ୍ତ ଘରେ ହୋମ୍‌ ଆଇସୋଲେସନରେ ରହିବାପରେ, ଶେଷରେ ଗୁରୁତର ଅବସ୍ଥାରେ ହସ୍ପିଟାଲ ଯାଇଥାନ୍ତି। ସେ କ୍ଷେତ୍ରରେ ରୋଗୀଙ୍କୁ ସଫଳତାର ସହିତ ଚିକିତ୍ସା କରିବା କଷ୍ଟକର ହୋଇପଡ଼ିଥାଏ।”

ଏଣେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଲଗାତାର ଉପରେ ରହୁଥିବା ବେଳେ ଦୈନିକ ୮ରୁ ୯ ହଜାର ନୂଆ ରୋଗୀ ବାହାରୁଛନ୍ତି। କେନ୍ଦ୍ରର ଗାଇଡ୍‌ଲାଇନ ଅନୁସାରେ, ଯଦି ପଜିଟିଭ ହାର ୫ ପ୍ରତିଶତ ତଳକୁ ନଖସେ ସେଠି ଲକ୍‌ଡାଉନ୍‌ କୋହଳ କରିବା ଉଚିତ ନୁହେଁ।

Comment