ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ଆଜି ୮ହଜାର ୮୩୯ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୪୯୪୮ ଜଣ ହୋଇଥିବାବେଳେ, ୩୮୯୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାଜ୍ୟରୁ ସର୍ବାଧିକ ୪୨ ଜଣ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି।
ଆଜିର ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୭୬୯ ଜଣ ଓ ସୁନ୍ଦରଗଡ଼ରୁ ୩୩୮ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୪୧୪, ବରଗଡ଼ରୁ ୧୯୩, ବାଲେଶ୍ୱରରୁ ୩୯୫, ଯାଜପୁରରୁ ୪୯୩, ସମ୍ବଲପୁରରୁ ୧୯୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
Covid-19 Report For 2nd June
New Positive Cases: 8839
In quarantine: 4948
Local contacts: 3891(Details of local contacts will be shared by concerned Dist Administration)
District Wise Cases:
1. Angul: 414
2. Balasore: 395
3. Bargarh: 193
4. Bhadrak: 419
5. Balangir: 89— I & PR Department, Odisha (@IPR_Odisha) June 3, 2021
ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୭ଲକ୍ଷ ୯୦ହଜାର ୯୭୦ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୧୦ହଜାର ୫୯୪ ଜଣଙ୍କୁ ମିଶାଇ ସମୁଦାୟ ୭ଲକ୍ଷ ୦୨ହଜାର ୬୨୧ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ୮୫ ହଜାର ୪୨୩ ଆକ୍ଟିଭ କେସ୍ ରହିଛି।
Regret to inform the demise of forty two numbers of Covid positive patients while under treatment in hospitals.
1.A 80 years old male of Angul district who was also suffering from Asthma.
— H & FW Dept Odisha (@HFWOdisha) June 3, 2021
ଅନ୍ୟପଟେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଆଜି ରାଜ୍ୟରୁ ସର୍ବାଧିକ ୪୨ ଜଣଙ୍କ ଜୀବନ ନେଇଛି କରୋନା। ସେମାନଙ୍କ ମଧ୍ୟରେ ଅନୁଗୁଳ, ବାଲେଶ୍ୱରରୁ ଦୁଇ ଜଣ, ବରଗଡ଼, ଭଦ୍ରକରୁ ଜଣେ ଲେଖାଏଁ, ବଲାଙ୍ଗୀରରୁ ଦୁଇ ଜଣ, ବୌଦ୍ଧରୁ ତିନି ଜଣ, ଭୁବନେଶ୍ୱରରୁ ଦୁଇ ଜଣ, କଟକରୁ ଚାରି ଜଣ, ଦେବଗଡ଼, ଗଜପତିରୁ ଦୁଇ ଜଣ ଲେଖାଏଁ, ଗଞ୍ଜାମରୁ ଜଣେ, ଝାରସୁଗୁଡ଼ାରୁ ତିନି ଜଣ, କଳାହାଣ୍ଡିରୁ ଚାରି ଜଣ, କେନ୍ଦ୍ରାପଡ଼ାରୁ ଦୁଇ ଜଣ, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ, ନବରଙ୍ଗପୁର, ରାୟଗଡ଼ାରୁ ଦୁଇ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ସର୍ବାଧିକ ପାଞ୍ଚ ଜଣ ରହିଛନ୍ତି। ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଏହି ମୃତକମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୭୩ ରେ ପହଞ୍ଚିଛି।













