ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଏବେ ଦୈନିକ ସଂକ୍ରମଣ କମିବାରେ ଲାଗିଛି। ତଥ୍ୟ ଅନୁସାରେ ଆଜି ଦେଶରୁ ସର୍ବନିମ୍ନ ୧ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୧ଲକ୍ଷ ୦୦ହଜାର ୬୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ୨ହଜାର ୪୨୭ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା।
ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨କୋଟି ୮୯ଲକ୍ଷ ୦୯ହଜାର ୯୭୫ ଓ ମୃତ୍ୟୁସଂଖ୍ୟା ୩ଲକ୍ଷ ୪୯ହଜାର ୧୮୬ରେ ପହଞ୍ଚିଛି। ଏବେ ଦେଶରେ ୧୪ଲକ୍ଷ ୦୧ହଜାର ୬୦୯ଆକ୍ଟିଭ କେସ୍ ରହିଛି। ସେହିପରି ୨୪ ଘଣ୍ଟାରେ ୧ଲକ୍ଷ ୭୪ହଜାର ୩୯୯ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇ ସମୁଦାୟ ୨କୋଟି ୭୧ଲକ୍ଷ ୫୯ହଜାର ୧୮୦ ଜଣ ସୁସ୍ଥ ହୋଇଛନ୍ତି।
କେନ୍ଦ୍ରର ତଥ୍ୟ ଅନୁସାରେ ଦେଶରେ ସମୁଦାୟ ୨୩କୋଟି ୨୭ଲକ୍ଷ ୮୬ହଜାର ୪୮୨ଜଣ ହିତାଧିକାରୀଙ୍କୁ ଟିକା ଦିଆସରିଛି। ଏଯାବତ୍ ଦେଶରେ ଟିକାକରଣ ପ୍ରକ୍ରିୟା ଜାରି ରହିଛି।













