ଓଡ଼ିଶାଲାଇଭ୍‌ ବ୍ୟୁରୋCoronavirus blood test

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ସରକାରୀ ତଥ୍ୟ ଅନୁସାରେ ପ୍ରତିଦିନ ହଜାର ହଜାର ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେମାନଙ୍କୁ ମିଶାଇ ଏବେ ରାଜ୍ୟରେ ସମୁଦାୟ ୮ଲକ୍ଷରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ରାଜ୍ୟରେ ସଂକ୍ରମଣର ହାର ଶୁକ୍ରବାର ସୁଦ୍ଧା ୭ଲକ୍ଷରୁ ୮ଲକ୍ଷ ଭିତରେ ରହିଥିବାବେଳେ, ଏବେ ଏହା ୮ଲକ୍ଷ ପାର୍‌ ହୋଇଛି। ସରକାରଙ୍କ ତାଜା ରିପୋର୍ଟ ଅନୁସାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୧୯ହଜାର ୨୧୪ରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ୍‌ ସଂଖ୍ୟା ଚିହ୍ନଟ ହେଉଥିବାବେଳେ, ଆଜି କଟକ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ବଳବତ୍ତର ରହିଛି। ଏଥିପାଇଁ ଏବେ ସଂକ୍ରମଣ ସଂଖ୍ୟା କମୁଥିବା କହିଛନ୍ତି ବିଏମ୍‌ସି କମିସନର ସଞ୍ଜୟ କୁମାର ସିଂ।corona USଅନ୍ୟପଟେ ମୃତ୍ୟୁ ସଂଖ୍ୟାରେ କୌଣସି ବ୍ରେକ୍‌ ଲାଗୁନାହିଁ। ପ୍ରତିଦିନ ୩୫ରୁ ଅଧିକ ଆକ୍ରାନ୍ତଙ୍କ ଜୀବନ ନେଉଛି କରୋନା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୪୧ଜଣ କରୋନାରେ ଆଖି ବୁଜିଛନ୍ତି। ସେହିପରି ରବିବାର ୪୨ଜଣ ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଏଥିସହ ରାଜ୍ୟରେ ଏବେ ସମୁଦାୟ ମୃତ୍ୟୁ ସଂଖ୍ୟା ୩ହଜାର ଟପିଛି। ପ୍ରାୟ ୬୦ପ୍ରତିଶତ ସଂକ୍ରମିତ ଆଇସିୟୁ ଓ ଭେଣ୍ଟିଲେଟରରେ ରହି ଚିକିତ୍ସା ହେଉଛନ୍ତି। ତେଣୁ ଏହି ଗୁରୁତର ରୋଗୀଙ୍କ ପାଇଁ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢୁଛି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଉଭୟ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି।corona tikka-1“ରାଜ୍ୟରେ ଏବେ ଦିନକୁ ଦିନ ପଜିଟିଭ୍‌ ହାର କମିବାରେ ଲାଗିଛି । ଆଗାମୀ ୧୦ ଦିନ ମଧ୍ୟରେ ଏହି ହାର ଆହୁରି କମିବ ବୋଲି ଆଶା କରାଯାଉଛି। ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏବେ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଟିକା ଦିଆଯାଉଛି”, କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Comment