ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମ ଓଡ଼ିଶା କମ୍ୟୁନିଟି ଅଫ୍ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ପକ୍ଷରୁ ବିଶିଷ୍ଟ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ସ୍ମୃତିରେ ରବିବାର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ଏହି ସଭାରେ କମ୍ୟୁନିଟିର ସଦସ୍ୟମାନେ ଓଡ଼ିଶା ମାଟିର ଏହି ମହାନ ବ୍ୟକ୍ତିତ୍ଵଙ୍କ ଫଟୋଚିତ୍ରରେ ପୁଷ୍ପମାଳ ଦେଇ ତାଙ୍କ ସ୍ମୃତିଚାରଣ କରିଥିଲେ।

୨୦୧୭ ନୂଆଖାଇ ବେଳେ ଅଟଳ ବିହାରୀ ପଣ୍ଡାଙ୍କ ପ୍ରଥମଥର ୟୁଏଇ ଆସିବା ଏବଂ ପଶ୍ଚିମ ଓଡ଼ିଶା କମ୍ୟୁନିଟି ମଞ୍ଚରେ ଅଭିଭାଷଣ ରଖିବାର ଚିର ସବୁଜ ସ୍ମୃତିକୁ କମ୍ୟୁନିଟିର ସଦସ୍ୟମାନେ ଆଲୋଚନା କରିଥିଲେ। ଏହି ଅବସରରେ ସ୍ଵର୍ଗତ ପଣ୍ଡାଙ୍କ ୟୁଏଇ ଗସ୍ତ ସମୟର ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା।ସ୍ଵର୍ଗତ ପଣ୍ଡାଙ୍କ ଭଳି ଜଣେ ମହାନ ଅଭିନେତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରିବା ପାଇଁ ସରକାରଙ୍କ ପାଖରେ ଦାବି ରଖିବାକୁ ଏହି ସଭାରେ ଏକ ସଂକଳ୍ପ ନିଆଯାଇଥିଲା।

ଆଇଟି ପ୍ରଫେସନାଲ ତଥା ଲେଖକ ପ୍ରଶାନ୍ତ ମେହେର ଏହି ସଭାକୁ ପରିଚାଳନା କରିବା ସହ ସ୍ଵର୍ଗତ ପଣ୍ଡାଙ୍କ ସହ କମ୍ୟୁନିଟିର ସମ୍ପର୍କ ବିଷୟରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜେଶ ତ୍ରିପାଠୀ ଓ ଆଲୋକମୟ ବେହେରା ଆଦି ସଭାରେ ଉପସ୍ଥିତ ଥିଲେ।

Comment