ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଘରେ ଘରେ ଚାଲିଛି ପ୍ରସ୍ତୁତି।

ନୂଆଁଖାଇରେ ଚାଷୀ ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟଦେବୀଙ୍କୁ ଅର୍ପଣ କରିବା ପରେ ନିଜ ନିଜ ଘରେ ନୂଆ ଖାଇବେ। ଏହାପରେ ଜୁହାର ଭେଟ୍ ଅନୁଷ୍ଠିତ ହେବ। ପାରମ୍ପରିକ ବାଦ୍ୟର ତାଳେ ତାଳେ ଝୁମିବ ସାରା ପଶ୍ଚିମ ଓଡ଼ିଶା।

ନୂଆଁଖାଇ ପର୍ବ ପାଳନ ପାଇଁ ଗାଁଠୁ ସହର ପୂରା ଚଳଚଞ୍ଚଳ ହୋଇଉଠିଛି। ମହିଳାମାନେ ଘର ସଫାସୁତରା କରିବା ସହିତ ଗୋବର ମାଟି ଲେପ ନୂଆଁଖାଇ ପାଳନ କରିବାକୁ ଚାହିଁ ରହିଛନ୍ତି। ଜଙ୍ଗଲରୁ କୁରେଇ, ଭେଲୁଆ ଓ ସରଗୀ ପତ୍ର ଆଣି ଖଲିଦନା ପ୍ରସ୍ତୁତ କରି ରଖିଛନ୍ତି।

ଘରଠୁ ଦୂରେ ଥିବା ଲୋକଙ୍କର ଘର ବାହୁଡ଼ା ହେଉଛି। ନୂଆଁଖାଇ ପର୍ବ ପାଳନ କରିବାକୁ ପିଲାଠାରୁ ବୁଢ଼ାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ନୂଆ ଲୁଗା କିଣା ସରିଛି। ଖାଲି ରାତି ପାହିବାକୁ ସମସ୍ତେ ଚାହିଁ ରହିଛନ୍ତି।

Tags: #WesternOdisha #Nuakhai #Festival #Odisha

LEAVE A REPLY

Please enter your comment!
Please enter your name here