ଓଡ଼ିଶାଲାଇଭ୍ ବ୍ୟୁରୋonline class

କରୋନାର ଦ୍ଵିତୀୟ ଲହର ସଂକ୍ରମଣ ପାଇଁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏଥିରେ ଛାତ୍ରଛାତ୍ରୀମାନେ ଅଧିକ ପ୍ରଭାବିତ ହେଉଛନ୍ତି। କରୋନା କାଳରେ ସେମାନେ ନିଜ ଘରେ ରହି ପାଠ ପଢ଼ୁଛନ୍ତି। ଏଭଳି କ୍ଷେତ୍ରରେ ସରକାର ସେମାନଙ୍କ ପାଠପଢ଼ାକୁ ଅଧିକ ଗୁରୁତ୍ଵ ଦେଇ ୟୁଟ୍ୟୁବ ମାଧ୍ୟମରେ ପଢ଼େଇବାର ବ୍ୟବସ୍ଥା କରିଛନ୍ତି।  ତେଣୁ ଜୁନ୍ ୨୧ତାରିଖରୁ ୟୁଟ୍ୟୁବରେ ଲାଇଭ୍‌ କ୍ଲାସ୍‌ ମାଧ୍ୟମରେ ପାଠ ପଢ଼ିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରାଜ୍ୟ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଚିଠି ଲେଖି ଜଣାଇଛନ୍ତି।online classes problem for studentsପ୍ରଥମରୁ ତୃତୀୟ ଶ୍ରେଣୀ ଯାଏ ଗଣିତ ଓ ଓଡ଼ିଆ ଭାଷା ବିଷୟରେ ସକାଳ ୯ରୁ ୧୦ଟା ଯାଏଁ ଅଧ ଘଣ୍ଟାଏ ଲେଖା କ୍ଲାସ୍‌ ହେବ। ସେହିପରି ଚତୁର୍ଥରୁ ଅଷ୍ଟମ ଯାଏଁ ଇଂରାଜୀ, ଗଣିତ ଓ ଓଡ଼ିଆ ଭାଷା ବିଷୟରେ ସକାଳ ୯ରୁ ୧୦.୩୦ପର୍ଯ୍ୟନ୍ତ କ୍ଲାସ ହେବ। ପ୍ରତି କ୍ଲାସ୍‌ ଅଧଘଣ୍ଟା ଲେଖାଏ ଚାଲିବ। ୟୁଟ୍ୟୁବରେ କ୍ଲାସ୍‌ ଲାଗି ୮ଟି ଜିଲ୍ଲାକୁ ଦାୟିତ୍ୱ ଦିଆଯାଇଛି।

ଜିଲ୍ଲା ଶିକ୍ଷା ଅଧିକାରୀମାନେ କମିଟି ଗଠନ କରି ଦକ୍ଷ ଶିକ୍ଷକ ମାନଙ୍କୁ ୟୁଟ୍ୟୁବ ଲାଇଭ୍‌ କ୍ଲାସ୍‌ ପାଇଁ ଚୟନ କରିବେ। କେତେ ସଂଖ୍ୟକ ପିଲା ଲାଇଭ୍‌ କ୍ଲାସ୍‌ରେ ଉପସ୍ଥିତ ରହୁଛନ୍ତି ତା’ର ମଧ୍ୟ ଡାଟା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଆଜିଠୁ ଦୂରଦର୍ଶନ ମାଧ୍ୟମରେ ଯୁକ୍ତ ଦୁଇ ଶେଷ ବର୍ଷ ଲାଗି ଫିଜିକ୍ସ ଓ କେମିଷ୍ଟ୍ରି ବିଷୟରେ ଭିଡିଓ କ୍ଲାସ ଆରମ୍ଭ ହେବ। ଏହି କ୍ଲାସ ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରାୟ ୧ଘଣ୍ଟା ଧରି ପ୍ରସାରଣ ହେବ ବୋଲି ସୂଚନା ରହିଛି।

Comment