ଓଡ଼ିଶାଲାଇଭ୍ ବ୍ୟୁରୋ

  • ସେପ୍ଟେମ୍ଵରରେ ଆସିବ ଅନଲକ ୪ ଗାଇଡଲାଇନ୍
  • ସ୍କୁଲ, କଲେଜ ଖୋଲିବାକୁ ମିଳିପାରେ ଅନୁମତି
  • କୋଭିଡ ଗାଇଡଲାଇନ ସହ ସ୍କୁଲ ଆସିବେ ପିଲା

କରୋନା କଟକଣା ମଧ୍ୟରେ ଫସି ରହିଛି ପିଲାଙ୍କ ପାଠପଢ଼ା। ଲକ୍‌ଡାଉନ, ସଟ୍‌ଡାଉନ ପରେ ଏବେ ଦେଶରେ ଅନ୍‌ଲକ ପ୍ରକ୍ରିୟା ଜାରି ରହିଛି। ଦେଶବ୍ୟାପୀ ଧିରେ ଧିରେ ତାଲା ଖୋଲୁଥିଲେ ମଧ୍ୟ ସ୍କୁଲ, କଲେଜରୁ ଏଯାଏଁ ତାଲା ଖୋଲାଯାଇନାହିଁ। ତେଣୁ ପିଲାଙ୍କ ପାଠପଢ଼ା ଏକପ୍ରକାର ସ୍ଥାଣୁ ହୋଇପଡ଼ିଛି। ସେପ୍ଚେମ୍ଵର ପହିଲାରୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଅନ୍‌ଲକ ଆରମ୍ଭ ହେବ। ତେବେ ଅନ୍‌ଲକ ୪ରେ ଦେଶରେ ସ୍କୁଲ, କଲେଜ ଖୋଲିବା ପାଇଁ ସରକାର ଅନୁମତି ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଯଦି ଅନ୍‌ଲକ ୪.୦ରେ ଦେଶରେ ସ୍କୁଲ, କଲେଜ ଖୋଲାଯିବ ତେବେ କୋଭିଡ ନିୟମ ଅନୁଯାୟୀ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବାକୁ କଡ଼ାକଡ଼ି ପାଳନ କରାଯିବ। ଅଥବା ଯୁଗ୍ମ, ଅଯୁଗ୍ମ ନୀତି ଆଧାରରେ ପିଲାଙ୍କୁ ପାଠ ପଢ଼ାଯାଇପାରେ ବୋଲି ମଧ୍ୟ କୁହାଯାଉଛି।BGUକରୋନା କଟକଣା ପାଇଁ ଦୀର୍ଘ ୫ ମାସ ହେଲା ଦେଶବ୍ୟାପୀ ସ୍କୁଲ, କଲେଜ ବନ୍ଦ ରହିଛି। ଅନ୍‌ଲାଇନ ମାଧ୍ୟମ ଜରିଆରେ ପିଲା ପାଠ ପଢ଼ୁଛନ୍ତି। ହେଲେ ଭର୍ଚୁଆଲ୍ ଶିକ୍ଷାବ୍ୟବସ୍ଥା ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି କରୁଛି। କ୍ଲାସରୁମ ପାଠପଢ଼ାର ଗୁଣବତ୍ତା, ଅନ୍‌ଲାଇନ ବ୍ୟବସ୍ଥାରେ ଦେଖାଯାଉନାହିଁ। ପିଲାଙ୍କ ପାଠପଢ଼ାକୁ ପୁଣି ସୁଦୃଢ଼ କରାଇବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲାଯିବା ପାଇଁ ଚର୍ଚ୍ଚା ହେଉଥିଲେ ହେଁ, ସେପ୍ଟେମ୍ଵର ପହିଲାର ଅନ୍‌ଲକ ୪.୦ ଗାଇଡଲାଇନକୁ ଛାତ୍ରଛାତ୍ରୀ ଅପେକ୍ଷା କରିଛନ୍ତି।

Comment